ସମସ୍ୟା ଓ କଟନୀ ଛଟନୀରେ ଜର୍ଜରିତ କୋକସରା ଏବଂ କାଉଡୋଳା ମଣ୍ଡିର ଚାଷୀ : ଅବରୋଧ ହେଲା ଜାତୀୟ ରାଜପଥ

କୋକସରା,୨୧/୧୨ :କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଦେଖା ଦେଇଛି ଚାଷୀଙ୍କ ହଟ୍ଟଗୋଳ ଓ ରାସ୍ତାରୋକ। ଟାର୍ଗେଟ ଅନୁସାରେ ଅଧାରୁ ଅଧିକ ଧାନ ଜିଲ୍ଲା ପ୍ରଶାସନ କିଣିଥିବା କଥା କହୁଥିବା ବେଳେ କିଛି ନିୟମ ଯୋଗୁଁ ଧାନ ବିକ୍ରି ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରି ରହୁଛନ୍ତି ଚାଷୀ, ଫଳରେ ଖଳା ଓ ମଣ୍ଡି ଗୁଡ଼ିକରେ ଧାନ ଗଛିତ ରଖିବାକୁ ବାଧ୍ୟ ହେଉଛନ୍ତି। ଏହା ସହ କଟନୀ, ଛଟନୀ ପାଇଁ ଚାଷୀଙ୍କର ମୁଣ୍ଡ ବ୍ୟଥା ପାଲଟିଛି ।

କ୍ବିଣ୍ଟାଲ ପିଛା୫ରୁ୬ କେଜି ଧାନ କଟା ଯାଉଥିବା ଚାଷୀ ମାନଙ୍କ ମହଲରୁ ଶୁଣିବାକୁ ମିଳୁଛି। ଯାହା ଫଳରେ ଚାଷୀଙ୍କୁ ଧାନ ବିକ୍ରି କରିବା ପାଇଁ ସମସ୍ୟା ଦେଖା ଦେଇଛି । ଏପରି ଅଭିଯୋଗ ଆଣି ଆଜି ସକାଲ ୮ରୁ ଦିନ ୧ଟା ପର୍ଯ୍ୟନ୍ତ ଏନ୍ଏଚ୍ ୨୬କୁ ଅବରୋଧ କରିଛନ୍ତି କୋକସରା ମଣ୍ଡି ଅନ୍ତର୍ଭୁକ୍ତ ଚାଷୀମାନେ । ସମାନ ଭାବରେ ଦିନ ୯ ରୁ ୧ଟା ପର୍ଯ୍ୟନ୍ତ ଏନ୍ଏଚ୍ ୨୬କୁ ଅବରୋଧ କରିଛନ୍ତି କାଉଡୋଲା ମଣ୍ଡି ର ଚାଷୀ । ପେକ୍ସ ଗୁଡିକୁ ଚାଷୀମାନଙ୍କ ପି ପାସ ମେସେଜ୍ ଓ ଧାନ କିଣାରେ ବିଳମ୍ବ ହେଉଥିବାରୁ ଅମଳ ପରେ ଧାନ କେଉଁଠି ଗଛିତ ରଖିବେ ସେନେଇ ଚିନ୍ତାରେ ଚାଷୀ ପଡିଯାଉଥିବା ବେଲେ କ୍ଷେତରୁ ଧାନ ଅମଳ ପାଇଁ ମଧ୍ୟ ଅନିଚ୍ଛା ପ୍ରକାଶ କରୁଛନ୍ତି। ସୂଚନା ଅନୁସାରେ ୧୬ ତାରିଖ ଯାଏଁ କୋକସରା ମଣ୍ଡିରେ ଟୋଟାଲ ଟାର୍ଗେଟ ୪୧,୪୯୧ କ୍ବିଣ୍ଟାଲ ଥିବା ବେଳେ ଆଜି (୨୧ତାରିଖ) ଯାଏଁ ୩୨,୬୬୬କ୍ବିଣ୍ଟାଲ ବିକ୍ରି ହେଇଛି । ବର୍ତ୍ତମାନ ପର୍ଯ୍ୟନ୍ତ୮୦୦୦ କ୍ବିଣ୍ଟାଲ ଧାନ ମଣ୍ଡିରେ ପଡ଼ିରହିଥିବ ଯୋଗୁଁ ଦୀର୍ଘ୫ଦିନ ହେଲା ଚାଷୀମାନେ ଧାନକୁ ଜଗି ରହିଛନ୍ତି। ଏଠାରେ ସୂଚନା ଯୋଗ୍ୟଯେ, ୧୦୩୨ ଜଣ ଚାଷୀଙ୍କ ଟୋକନ ମଞ୍ଜୁର ହେଉଥିବା ବେଳେ ୧୬ତାରିଖ କ୍ରମିକ ନମ୍ବର ୩୯୬ ରୁ ୨୦ତାରିଖ ଯାଏଁ ୭୪୮ ନମ୍ବର ଯାଏଁ ଟୋକନ ପି ପାସ ପ୍ରଦାନ କରିବ ଯାଏଁ ସୁଚନା ହେଇଛି କିନ୍ତୁ ତନ୍ମଧ୍ୟରୁ ଯେଉଁ ମାନେ ଚିହ୍ନାମୁହଁ ବା ରାଜନୈତିକ ଓ ପ୍ରଶାସନିକ ସମ୍ପର୍କ ଅଛି ସେମାନଙ୍କର ଧାନ ଆଗରୁ ଉଠିଜିବାରୁ ସାଧାରଣ ଚାଷୀ ମହଲରେ ନିରାଶାର କଳା ବାଦଳ ଘୋଟିଯାଇଛି ।

ଏହି ରାସ୍ତା ଅବରୋଧର ସୂଚନା ପାଇଁ କୋକସରା ଅତିରିକ୍ତ ତହସିଲଦାର ଘଟଣା ସ୍ଥଲରେ ପହଞ୍ଚି ଚାଷୀ ମାନଙ୍କର ଧାନ ଶିଘ୍ର ଉଠାଣ କରାଯିବ ବୋଲି ପ୍ରତିଶୃତି ଦେବା ପରେ ରାସ୍ତା ଅବରୋଧ ହଟିଥିଲା। ସେହିପରି କାଉଡୋଲା ଠାରେ ହେଇଥିବା ରାସ୍ତା ଅବରୋଧରେ ଅତିରିକ୍ତ ତହସିଲଦାର ପହଞ୍ଚି ଆସନ୍ତା କାଲି (ରବିବାର) ୫୦୦୦ କ୍ବିଣ୍ଟାଲ ଧାନ ଉଠାଯିବ ବୋଲି ଲିଖିତ ପ୍ରତିଶୃତି ଦେବାରୁ ରାସ୍ତା ଅବରୋଧ ହଟିଥିଲା ।

କୋକସରାରୁ ହିରଣ୍ୟ ବେହେରାଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.