ଶିକ୍ଷୟତ୍ରୀଙ୍କ ବଦଳି ବାତିଲ ଦାବିରେ ସ୍କୁଲ ଫାଟକରେ ତାଲା ଦେଇ ଧାରଣା

ବଲାଙ୍ଗିର,୨୧/୧୨ : ସଦର ବ୍ଲକ କଅଗାଁ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ତାଲା ଠୁଂକି ଧାରଣାରେ ବସିଲେ ଅଭିଭାବକ ଓ ଛତ୍ରଛାତ୍ରୀ । ସ୍କୁଲକୁ ଡେପୁଟେସନରେ ଆସିଥିବା ଶିକ୍ଷୟତ୍ରୀଙ୍କ ବଦଳି ବାତିଲ ଦାବିରେ ସ୍କୁଲ ଫାଟକରେ ତାଲା ଦେଇ ଧାରଣାରେ ବସିଥିଲେ ଆନ୍ଦୋଳନକାରୀ ।

ଏଠାରେ ସୂଚନାଯୋଗ୍ୟ ଯେ, ସ୍କୁଲରେ ମାତ୍ର ତିନୋଟି ଶିକ୍ଷକ ଥିବା ବେଳେ ଜଣେ ଶିକ୍ଷୟତ୍ରୀଙ୍କୁ ବଦଳି କରାଯାଉଥିବାରୁ ସେମାନେ ଏହାର ପ୍ରତିବାଦ କରିଛନ୍ତି । ବଦଳି ବାତିଲ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରଖିବାକୁ ଧମକ ଦେଇଛନ୍ତି ଆନ୍ଦୋଳନକାରୀ । ଏନେଇ ଶିକ୍ଷା ବିଭାଗର ଅଧିକାରୀଙ୍କ ମତାମତ ମିଳିପାରି ନାହିଁ ।

ବଲାଂଗିରରୁ ସଞ୍ଜୟ କୁମାର ମିଶ୍ରଙ୍କ ରିପୋର୍ଟ odiabarta.in

୪x୭ ଖବର ଓ ବିଚାର ସୂଚନା ପାଇବା ପାଇଁ ଏଠି ଛୁଅଁଁନ୍ତୁ

http://bit.ly/OBgroup3

ଆମ ଫେସବୁକ୍ ପେଜ୍ ଲାଇକ୍ କରନ୍ତୁ

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.