କଳାହାଣ୍ଡି,୧୭/୩ : କରୋନା ଭାଇରସକୁ ଆଖି ଆଗରେ ରଖି ରୁପ୍ରାରୋଡ ସାପ୍ତାହିକ ବଜାରକୁ ୧୮ ମାର୍ଚ୍ଚ ରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ସିଦ୍ଧାନ୍ତ ନେଇଛନ୍ତି ପଞ୍ଚାୟତ କର୍ତ୍ତୁପକ୍ଷ । ଏନେଇ ସୂଚନା ଦେଇଛନ୍ତି ରୁପ୍ରାରୋଡ ସରପଞ୍ଚ ଚିତ୍ତ ରଞ୍ଜନ ରଣା । ପ୍ରତି ବୁଧବାର ଦିନ ରୁପ୍ରାରୋଡରେ ବସୁଥିବା ସାପ୍ତାହିକ ବଜାରରେ ବିଭିନ୍ନ ସାମଗ୍ରୀ କିଣା ବିକା କରିବାକୁ ଅନେକ ଲୋକଙ୍କ ସମାଗମ ଲାଗି ରହିଥାଏ । ବର୍ତ୍ତମାନ କରୋନା ଭାଇରସ ଠାରୁ ଦୁରେଇ ରହିବା ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଜନଗହଳି ସ୍ଥାନ ଠାରୁ ଦୁରେଇ ରହିବା ପାଇଁ ଜନତାଙ୍କୁ ପରାମର୍ଶ ଦିଆ ଯାଇଛି । କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ମୁଖ୍ୟ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ ରୁପ୍ରାରୋଡର ସାପ୍ତାହିକ ବଜାରରେ ପ୍ରବଳ ଗହଳି ହୋଇଥାଏ । ସାଧାରଣ ଜନତାଙ୍କ ସୁରକ୍ଷା ଦୃଷ୍ଟିରୁ ୧୮ ମାର୍ଚ୍ଚରୁ ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ରୁପ୍ରାରୋଡର ସାପ୍ତାହିକ ବଜାରକୁ ବନ୍ଦ ଘୋଷଣା କରାଯାଇଛି ।
_________________________________________