ବ୍ୟାସକବିଙ୍କ ଶ୍ରାଦ୍ଧ ଦିବସରେ ଫକୀରମୋହନ ଫାଉଣ୍ଡେସନର ଆଲୋଚନାଚକ୍ର

ଭୁବନେଶ୍ବର,୧୪/୬: ଫକୀରମୋହନ ଫାଉଣ୍ଡେସନ ନୂଆଦିଲ୍ଲୀ ଓ ଏହାର ଓଡିଶା ଶାଖା ପକ୍ଷରୁ ସଂକ୍ରାନ୍ତି ପୁରୁଷ, ଓଡ଼ିଆ ସାହିତ୍ୟର ସେନାପତି, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପୁରୋଧା, ବ୍ୟାସକବି ଫକୀରମୋହନ ସେନାପତିଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ଆଜି ସନ୍ଧ୍ୟାରେ ଏକ ଆଲୋଚନାଚକ୍ର ଆୟୋଜିତ ହୋଇଯାଇଛି।

Omkar Vasthu
Omkar Vasthu

ବର୍ଷେ ବ୍ୟାପି ହେବାକୁ ଥିବା ଏହି ଆଲୋଚନାର ପ୍ରଥମ ଅଧିବେଶନକୁ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଗୁଗଲ୍ ମିଟ୍ ମାଧ୍ୟମରେ ଉଦଘାଟନ କରିଥିଲେ। ଚମତ୍କାର ଉଦବୋଧନ ମାଧ୍ୟମରେ ସେ ଯୁବପିଢ଼ିଙ୍କୁ ଦେଶର ଆଶା ଭାବେ ବର୍ଣ୍ଣନା କରିଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

‘ପରିବେଶ ଉଦବେଗ, ଯୁବପିଢ଼ି ଓ ସାହିତ୍ୟ’ ପ୍ରସଙ୍ଗରେ ପ୍ରଥମେ ସୂଚନା ଦେଇଥିଲେ ଫାଉଣ୍ଡେସନର ସଚିବ, ଶାନ୍ତିନିକେତନର ପ୍ରଫେସର ରବୀନ୍ଦ୍ର କୁମାର ଦାସ। ପ୍ରାରମ୍ଭିକ ଭାଷଣରେ ଫାଉଣ୍ଡେସନର ଅଧ୍ୟକ୍ଷା ତଥା ଫକୀରମୋହନଙ୍କର ଅଣନାତୁଣୀ ମୋନିକା ଦାସ ଫାଉଣ୍ଡେସନର ଉଦ୍ଦେଶ୍ୟ ତଥା ଆଜିର ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ। ନୁଆଦିଲ୍ଲୀ ସ୍ଥିତ ଜମିଆ ମିଲିଆ ବିଶ୍ଵବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ପ୍ରଫେସର ବୁଲ୍ ବୁଲ୍ ଧର୍ ଜେମସ୍ ତାଙ୍କର ବକ୍ତବ୍ୟ ରଖିଥିଲେ। ବିଶିଷ୍ଟ ଲେଖକ ଦାସ ବେନହୁର ଅତିଥି ବକ୍ତା ଭାବରେ ସାମାଜିକ ପରିବେଶ ଓ ଯୁବକମାନଙ୍କ ଭୂମିକା ସମ୍ପର୍କରେ ଦୀକ୍ଷାନ୍ତ ବକ୍ତବ୍ୟ ରଖିଥିଲେ।

ଏହି ଆଲୋଚନାଚକ୍ରରେ ନବେରୁ ଅଧିକ ଛାତ୍ରଛାତ୍ରୀ ଯୋଗଦେଇଥିଲେ। ଅତିଥିମାନଙ୍କ ବକ୍ତବ୍ୟ ପରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା। ଶେଷରେ ଫାଉଣ୍ଡେସନର ସଂଯୋଜିକା ଅଧ୍ୟାପିକା ସଂଘମିତ୍ରା ଭଞ୍ଜ ଧନ୍ୟବାଦ ଅର୍ପଣ କରିଥିଲେ। ଫାଉଣ୍ଡେସନ ତରଫରୁ ଆଲୋଚନାଚକ୍ରକୁ ଅଧ୍ୟାପିକା ହିରଣ୍ମୟୀ ମିଶ୍ର ସଂଯୋଜନା କରିଥିଲେ। ଏହି ଆଲୋଚନାଚକ୍ର ଆଜି (ରବିବାର) ଅପରାହ୍ନ ୪.୩୦ ରୁ ଆରମ୍ଭ ହୋଇ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ଚାଲିଥିଲା ।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.