ସଙ୍କଟ ସମୟରେ ଯୋଗଦାନ ଦେଇଥିବା କର୍ମଚାରୀଙ୍କୁ ଉତ୍କଳ ଆଲୁମିନା ପକ୍ଷରୁ ଅନୁକମ୍ପାମୂଳକ ଅନୁଦାନ ପ୍ରଦାନ

ରାୟଗଡ/କାଶିପୁର,୧୮/୬: ସ୍ୱୀକୃତି ମନୋବଳ ବଢ଼ାଇବା ଏବଂ ଭଲ କାର୍ଯ୍ୟ କରିବା ଲାଗି ପରିବର୍ତନକୁ ତ୍ୱରାନ୍ୱିତ କରିବା ବିଷୟକୁ ଭଲ ଭାବେ ବୁଝିଥିବା ଉତ୍କଳ ଆଲୁମିନା ଇଟଂରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍‌) ପକ୍ଷରୁ ଆଗଧାଡ଼ିର କୋଭିଡ୍ ଯୋଦ୍ଧାଙ୍କୁ ଉତ୍ସାହିତ କରିବା ଲାଗି ସେମାନଙ୍କୁ ଅନୁକମ୍ପାମୂଳକ ଅନୁଦାନ ରାଶି ପ୍ରଦାନ କରାଯାଇଛି ।

ସାରା ବିଶ୍ୱ ଏହି ମହାମାରୀ ଦ୍ୱାରା ପୀଡ଼ିତ ଥିବା ବେଳେ ଏହି ପରୀକ୍ଷା ନେଉଥିବା ସମୟରେ ଯେଉଁମାନେ କମ୍ପାନୀ ସହିତ ଠିଆ ହୋଇଛନ୍ତି ଓ ଉଚ୍ଚ ମାନର ପ୍ରତିବଦ୍ଧତା ଓ ଉତ୍ସର୍ଗ ପ୍ରଦର୍ଶନ କରିଛନ୍ତି, ଉତ୍କଳ ଆଲୁମିନା ପକ୍ଷରୁ ସେମାନଙ୍କ ପାଇଁ ଅନୁକମ୍ପାମୂଳକ ଅନୁଦାନ ପ୍ରଦାନ କରାଯାଇଛି । ଚୁକ୍ତିଭିତିକ ଶ୍ରମିକ, ଅପରେଟର ଓ ସୁପରଭାଇଜରି କର୍ମଚାରୀଙ୍କ ବିଭିନ୍ନ ଗାଡ଼ିଧାଡ଼ିର ଯୋଦ୍ଧା ଯେଉଁମାନେ ଲକ୍‌ଡାଉନ୍ ସମୟରେ ନିରବଚ୍ଛିନ୍ନ କାର୍ଯ୍ୟ କରିଛନ୍ତି ସେମାନଙ୍କୁ ଏହି ସହାୟତା ରାଶି ଦିଆଯାଇଛି । ୨୦୨୦ ମାର୍ଚ ୨୩ ଠାରୁ ୨୦୨୦ ମେ’ ୪ ତାରିଖ ପର୍ଯ୍ୟନ୍ତ ଯେଉଁମାନେ କାର୍ଯ୍ୟରେ ଥିଲେ ସେମାନଙ୍କୁ ସେମାନଙ୍କ ଉପସ୍ଥାନ ଅନୁସାରେ ୮୦୦୦ (ଆଠ ହଜାର ଟଙ୍କା)ରୁ ଆରମ୍ଭ କରି ୨୦,୦୦୦ ଟଙ୍କା (କୋଡିଏ ହଜାର ଟଙ୍କା) ପର୍ଯ୍ୟନ୍ତ ରାଶି ଦିଆଯାଇଛି ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ଅବସରରେ ୟୁଏଆଇଏଲ୍‌ର ୟୁନିଟ୍ ମୁଖ୍ୟ ଓ ସଭାପତି ଏନ୍ ନାଗେଶ କହିଛନ୍ତି ଯେ, “ଆମେ ବହୁତ କୃତଜ୍ଞ
ଯେ ଏହି କଠିନ ସମୟରେ ଲୋକମାନେ ଆମ ସହିତ ଠିଆ ହୋଇଛନ୍ତି ଏବଂ ସେମାନଙ୍କ କାର୍ଯ୍ୟକୁ ଉ୍‌ସର୍ଗୀକୃତ
ମନୋଭାବ ଓ ନିଷ୍ଠାର ସହିତ ନିର୍ବାହ କରିଛନ୍ତି । ଆମେ ସବୁ ବେଳେ ଆମ ଲୋକମାନଙ୍କ ସହିତ ଠିଆ ହୋଇଛି
ଏବଂ ସେମାନଙ୍କ ପୂର୍ଣ୍ଣ ସୁଯୋଗ ପର୍ଯ୍ୟନ୍ତ ପହଂଚିବା ଲାଗି ସେମାନଙ୍କ କାର୍ଯ୍ୟ ଦାୟିତ୍ୱକୁ ଶିଖରରେ ପହଂଚାଇବା ଲାଗି
ସେମାନଙ୍କୁ ସର୍ବଦା ଅନୁପ୍ରାଣିତ କରିବୁ ।’’

ଏଲ୍‌ଏମଏସ୍ ଷ୍ଟାଫ୍ ମିସ୍ ମୌସୁମୀ ଏହି ଅନୁକମ୍ପାମୂଳକ ରାଶି ପାଇ ଅତ୍ୟନ୍ତ ଉତ୍ସାହିତ ହୋଇପଡ଼ିବା ସହ କହିଛନ୍ତି
ଯେ, “କାର୍ଯ୍ୟ ପାଇଁ ଆର୍ଥିକ ପୁରସ୍କାର ହାସଲ କରିବା ବେଳେ ପୂର୍ବରୁ ଏତେ ଖୁସି କେବେ ହୋଇନଥିଲି । ଆମେ ଆମର ସମସ୍ତ ଶକ୍ତି ଓ ଉତ୍ସାହ ସହିତ କଂପାନି ପାଇଁ କାର୍ଯ୍ୟ କରିବା ଏବଂ ଯେକୌଣସି ସମୟରେ କଂପାନି ପାଇଁ ଠିଆ ହେବାକୁ ନିଶ୍ଚିତ କରିବା ଲାଗି ମୋ ଦ୍ୱାରା ଯାହା ଶ୍ରେଷ୍ଠ ସମ୍ଭବ ମୁଁ ତାହା କରିବି । କୋଭିଡ୍ ସମୟରେ ଯେତେବେଳେ ଲୋକମାନେ ଜୀବିକା ହରାଉଛନ୍ତି ଏବଂ ବେତନ କାଟ ହେଉଥିବା ମୁଁ ଦେଖୁଛି ସେତେବେଳେ ଏଭଳି ପଦକ୍ଷେପ ପାଇଁ ମୁଁ ଉତ୍କଳକୁ ବାସ୍ତବରେ ଧନ୍ୟବାଦ ଦେଉଛି । ଧନ୍ୟବାଦ ଉତ୍କଳ ।

ଲକ୍‌ଡାଉନ୍ ଅବଧିରେ କାର୍ଯ୍ୟ କରିଥିବା ସମସ୍ତ ବ୍ୟବସାୟ ସହଯୋଗୀ, ଠିକାଦାର ଏବଂ ୟୁଏଆଇଏଲ୍‌ର ସୁପରଭାଇଜରି କର୍ମଚାରୀମାନଙ୍କୁ ମଧ୍ୟ ଅନୁକମ୍ପାମୂଳକ ସହାୟତା ରାଶି ଦିଆଯାଇଛି ବୋଲି ଉତ୍କଳ ଆଲୁମିନା ପକ୍ଷରୁ ପ୍ରକାଶ କରାଯାଇଛି ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.