କାଉଡୋଲା ଠାରେ ୭୧ତମ ବନ ମହୋତ୍ସବ ସପ୍ତାହ ପାଳିତ

କୋକସରା,୭/୭: କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ଧର୍ମଗଡ଼ ବନାଞ୍ଚଳ ଆମପାଣି ସେକ୍ସନ ଆନୁକୁଲ୍ୟରେ ୭୧ତମ ବନମହୋତ୍ସବ ସପ୍ତାହ କାଉଡୋଲା ପଞ୍ଚୟତ ଭାଲୁ ଡୋଙ୍ଗରି ନିକଟରେ ପାଳିତ ହୋଇଯାଇଛି । ସାମାଜିକ ଦୂରତା ବଜାୟ ରଖାଯାଇ କାର୍ଯ୍ୟକ୍ରମ ପରିଚାଲନା କରାଯାଇଥିଲା ।

ଆମପାଣି ବନପାଳ ଜଗନ୍ନାଥ ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କାଉଡୋଳା ସରପଞ୍ଚ ଜମ୍ବୁବତୀ ସାହୁ, ଡେପୁଟି ରେଞ୍ଜର ସୁଦର୍ଶନ ଦେହୁରୀ, ବନପାଳ ନରେନ୍ଦ୍ର ବିଶି, ଯୋଗଦେଇ ଜଙ୍ଗଲ ସୁରକ୍ଷା ଓ ବୃକ୍ଷ ରୋପଣର ଗୁରୁତ୍ବ ଉପରେ ଆଲୋକପାତ କରିଥିଲେ ।

କାର୍ଯ୍ୟକ୍ରମକୁ ଦାବ୍ରିଗୁଡା ବିଟ୍ ବନରକ୍ଷୀ କଳାକାହ୍ନୁ ରାଉତ, ହିମାଦ୍ରୀ ବିଶି ପରିଚାଳନା କରିଥିଲେ । ଏହି ବନ ମହୋତ୍ସବରେ ରଏନଗୁଡା, ତଲାଗା ବିଟ ଜଙ୍ଗଲ ସୁରକ୍ଷା କମିଟିର ଭଜମନ ନାଏକ, ରଘୁନାଥ ନାଏକ, ସାନ ସରାବୁ ସହ କାଉଡୋଲା ଗ୍ରାମବାସୀ ଉପସ୍ଥିତ ରହିଥିଲେ ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.