କେ.ଏସ.ଏସ. ପକ୍ଷରୁ ପୋଲିସ ଅଧିକାରୀମାନଙ୍କୁ ବିଦାୟ ସମ୍ବର୍ଦ୍ଧନା

ଦୁଇ ପୋଲିସ ଅଧିକାରୀଙ୍କୁ ବଦଳିକୁ ନେଇ ଦୁଃଖ ପ୍ରକାଶ କଲେ ନୂଆପଡା ଓ ଖରିଆର ରୋଡ ସହରବାସୀ

ନୂଆପଡା,୧୨/୭: ଖରିଆର ରୋଡ ସ୍ଥିତ ସାର୍ବଜନୀନ ଧର୍ମଶାଳାରେ ନୂଆପଡା ସଦର ଓ ଖରିଆର ରୋଡ଼ ଜୋଙ୍କ ଥାନାରେ କାର୍ଯ୍ୟରତ ଥିବା ପୋଲିସ ଅଧିକାରୀମାନଙ୍କ ବଦଳି ପରିପ୍ରେକ୍ଷୀରେ ଏକ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ନୂଆପଡା ସଦର ଥାନା ଭାରପ୍ରାପ୍ତ ଅଧିକାରୀ (ଆଇଆଇସି) ଆଦିତ୍ୟ ମହାକୁଡ଼ ଓ ଖରିଆର ରୋଡ ଜୋଙ୍କ ଥାନା ସବ ଇନ୍ସପେକ୍ଟର ସବ୍ୟସାଚି ଶତପଥିଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ସେମାନଙ୍କ କାର୍ଯ୍ୟର ଭୂୟସୀ ପ୍ରଶଂସା କରାଯାଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନୈତିକ ନିଶା, ଗଞ୍ଜେଇ, କଫ ସିରଫ ଓ ଟାବଲେଟ ଭଳି କାରବାରରେ ଯୁବପିଢ଼ି ଲିପ୍ତ ଥିବା ସମୟରେ ଏଥିରେ ରୋକ ଲଗାଇ ବାରେ ଏହି ଦୁଇ ଅଧିକାରୀଙ୍କ ପ୍ରମୁଖ ଭୂମିକା ରହିଛି ତେଣୁ ଉଭୟ ସହରବାସୀ ଏହି ଦୁଇ ପୋଲିସ ଅଧିକାରୀଙ୍କ ବଦଳିରେ ଦୁଃଖିତ ହୋଇ ପଡିଛନ୍ତି । ଦୁଇ ଅଧିକାରୀଙ୍କ ଅତୁଳନୀୟ ଅବଦାନର ସ୍ମାରକୀ ସ୍ୱରୂପ ଏକ ମୋମେଣ୍ଟ ମଧ୍ୟ ପ୍ରଦାନ କରାଯାଇଛି । ଅଧିକାରୀମାନଙ୍କ ବଦଳି ସ୍ଥାନରେ ମଧ୍ୟ ସେମାନଙ୍କ ସଫଳତା କାମନା କରି କେ.ଏସ.ଏସ. ପରିବାର ତାଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି ।

Udyog Nursery
Udyogi Nursery

ଏହି ସଭାରେ ଜୋଙ୍କ ଥାନା ଆଇଆଇସି ଅରବିନ୍ଦ ମୁଦୁଲି, କେ.ଏସ.ଏସ. ସଭାପତି ନିଶାନ୍ତ ଡାଗା, ସଭା ପରିଚାଳକ ପ୍ରେମ ଚନ୍ଦ ଡାଗା, ପ୍ରଦୀପ ଜୈନ, ଛେଦି ଅଗ୍ରୱାଲ, ଆଇନଜୀବି ରମେଶ ଅଗ୍ରୱାଲ, ରାକେଶ ଶର୍ମା, ମହିଳା ଶାଖାର ଅଧକ୍ଷା ନେହା ଡାଗା, ପୂର୍ବତନ ସଭାପତି ଅର୍ଚନା ଗୁପ୍ତା, ଲଷ୍ମୀ ଆଚାର୍ଯ୍ୟ ତଥା ମହିଳା ଶାଖା ଓ କେ.ଏସ.ଏସ. ର ଅନେକ ସଦସ୍ୟ ଉପସ୍ଥିତ ଥିଲେ ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.