ଦିଂବଗତ ୨ ସାମ୍ବାଦିକଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ରାୟଗଡ,୧୪/୭: ମହାମାରୀ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ରାଜ୍ୟର ଦୁଇଜଣ ଗଣମାଧ୍ୟମ ପ୍ରତିନିଧି ମୃତ୍ୟୁବରଣ କରିଛନ୍ତି । ସେମାନେ ହେଲେ ଗଂଜାମ ଜିଲ୍ଳା ହିଂଜିଲିକାଟୁର ପ୍ରତିନିଧି ସ୍ୱର୍ଗତଃ ପ୍ରିୟଦର୍ଶୀ ପଟ୍ଟନାୟକ ଓ ଗଜପତି ଜିଲ୍ଳା ପାରଲାଖେମୁଣ୍ଡିର ପ୍ରତିନିଧି ସ୍ୱର୍ଗତଃ କେ.ସିଏଚ.ରତ୍ନମ । କରୋନାରେ ଆକ୍ରାନ୍ତ ହୋଇ ଗଣମାଧ୍ୟମ ପ୍ରତିନିଧିମାନେ ମୃତ୍ୟୁବରଣ କଲେ ସେମାନଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ । ଏହି ମର୍ମରେ କରୋନା ଯୋଦ୍ଧା ଭାବେ ଲୋକଙ୍କୁ ସଚେତନ କରି ମୃତ୍ୟୁବରଣ କରିଥିବା ଏହି ଦିବଂଗତ ଦୁଇ ସାମ୍ବାଦିକଙ୍କ ପରିବାରକୁ ଯଥାଶୀଘ୍ର ୧୫ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିବାକୁ ରାୟଗଡରେ କାର୍ଯ୍ୟରତ ସାମ୍ବାଦିକମାନେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ନିବେଦନ ପତ୍ର ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କୁ ପ୍ରଦାନ କରିଛନ୍ତି ଏବଂ ଜିଲ୍ଳା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ ଠାରେ ଡିଆଇପିଆରଓ ବସନ୍ତ କୁମାର ପ୍ରଧାନଙ୍କ ଉପସ୍ଥିତିରେ ଦିବଂଗତ ଦୁଇ ସାମ୍ବାଦିକଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ୧ମିନିଟ୍ ନୀରବ ପ୍ରାର୍ଥନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ପ୍ରକାଶ ଥାଉ କି,ମହାମାରୀ କରୋନା ସାରା ବିଶ୍ୱକୁ କବଳିତ କରିଛି । ଏପରି କଠିନ ପରିସ୍ଥିତିରେ ଡାକ୍ତର,ସ୍ୱାସ୍ଥ୍ୟ ବିଭାଗ, ଅଙ୍ଗନୱାଡି, ଆଶାକର୍ମୀ, ପୋଲିସ ବିଭାଗ କର୍ମଚାରୀ କରୋନା ମୁକାବିଲା ପାଇଁ ଅହରହ ଉଦ୍ୟମ କରୁଛନ୍ତି । ଏହି ଧାରାରୁ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ବାଦ ପଡିନାହାନ୍ତି । କରୋନା ସଂକ୍ରମଣରୁ ଦୂରେଇ ରହିବା ପାଇଁ ଲୋକଙ୍କୁ ସଚେତନ ଓ ସତର୍କ ରହିବା ଦିଗରେ ପ୍ରତିଦିନ ସାମ୍ବ ।ଦିକମାନେ କରୋନା ଯୋଦ୍ଧା ଭଳି କାର୍ଯ୍ୟ କରୁଛନ୍ତି । ଏହି ନୀରବ ପ୍ରାର୍ଥନା ଓ ନିବେଦନ ପତ୍ର ପ୍ରଦାନ ବେଳେ ସାମ୍ବଦିକ ନବୀନଚନ୍ଦ୍ର ସାହୁ, ରାଜେଶ ପଟ୍ଟନାୟକ, ରଂଜନ ରଥ, ସିଏଚ.ନାଗରାଜୁ, ଶିବ ନାରାୟଣ ଗଉଡ, ଅମଜଦ ଅଲ୍ଳୀ, ସନ୍ତୋଷ କୁମାର ଦଳେଇ, ଗୋପିନାଥ ଗୈାଡ, ଦୁର୍ଗାପ୍ରସାଦ ପାଢୀ, ସନ୍ତୋଷ କୁମାର ପାଣିଗ୍ରାହୀ, ତୁଷାର ରଂଜନ ସାହୁ, ରାମଦାସ ଲିମା, ସୁବ୍ରତ ଚୈାଧୁରୀ, ବି.କେ.ପଟ୍ଟନାୟକଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.