ପ୍ରସୂତୀଙ୍କୁ ଖଟିଆରେ ବୋହି ନେବା ଘଟଣା: ‘ଓଡ଼ିଆ ବାର୍ତ୍ତା’ରେ ଖବର ପ୍ରସାରଣ ପରେ ଗାଁକୁ ପହଞ୍ଚିଲା ପ୍ରଶାସନ

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ସହର ବଡପଡା ଘଡେଇତୋଟା ସାହିର ଜଣେ ମହିଳାଙ୍କୁ ଖଟିଆରେ ବୋହି ନେବା ଘଟଣା ଅଞ୍ଚଳରେ ଛାଞ୍ଚଲ୍ୟ ସୃଷ୍ଟି କରିଥିଲା। ଏ ସମ୍ପର୍କରେ ସର୍ବ ପ୍ରଥମେ ଓଡ଼ିଆ ବାର୍ତ୍ତାରେ ଖବର ପ୍ରଶାରଣ ପରେ ଗୁରୁବାର ପ୍ରଶାସନ ଉକ୍ତ ପଡାକୁ ପହଁଞ୍ଚି ବଂଶଧାରା ନଦୀରେ ଏକ ପୋଲ ତଥା ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିବା ଜଣା ପଡ଼ିଛି।


ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ଏଇ ରେଣୁକା ଠାକୁର ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ପୋଲ ଓ ରାସ୍ତା ସମ୍ପର୍କରେ ତଦନ୍ତ କରିବା ସହିତ ଉକ୍ତ ଗର୍ଭବତୀ ମହିଳା ଓ ନବଜାତ ଶିଶୁ ପୁତ୍ରକୁ ଦେଖି ସେମାନେ ସୁସ୍ଥ ଥିବା ପ୍ରକାଶ କରିଛନ୍ତି।


ସୂଚନା ମୁତାବକ ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ସହର ବଡପଡାର ଘଡେଇତୋଟା ଅଞ୍ଚଳରେ ପୋଲ ନଥିବାରୁ ଜଣେ ଗର୍ଭବତୀ ପ୍ରସବ ବେଦନାରେ ଛଟପଟ ହୋଇ ଖଟିଆରେ ବୁହାହୋଇ ନଦୀ ପାରି ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ମଙ୍ଗଳବାର ସନ୍ଧ୍ୟା ୫ ଟାରେ ଲାଞ୍ଜିଗଡ଼ ବଡପଡାର ଘଡେଇତୋଟା ସାହିର ଲିଟୁ ହରିଜନଙ୍କ ସ୍ତ୍ରୀ ବାସନ୍ତି ହରିଜନଙ୍କ ପ୍ରଶବ ବେଦନା ହୋଇଥିଲା। ତାଙ୍କୁ ଡାକ୍ତରଖାନାକୁ ନେବାକୁ ୧୦୮ ଆମ୍ବୁଲାନ୍ସକୁ ଖବର ଦିଆଯାଇଥିଲା।


ଆମ୍ବୁଲାନ୍ସ ଆସିଥିଲା ସତ କିନ୍ତୁ ବଡପଡାରୁ ଆଗକୁ ଆସିପାରିନଥିଲା। ବଡପଡା ଓ ଘଡେଇତୋଟା ସାହି ମଝିରେ ଥିବା ବଂଶୀଧାର ନଦୀରେ ପାଣି ଥିଲା। ଫଳରେ ଫଳରେ ଲିଟୁ ହରିଜନ, ପିଣ୍ଟୁ ହରିଜନ, ଟୁଲୁ ବିଭାର ଓ ଶ୍ରୀନୁ ଏକ ଖଟିଆରେ ବୋହି ବଂଶୀଧାରା ନଦୀରେ ୫୦୦ ମିଟର ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ଆଣିବା ପରେ ସେଠାରୁ ଆମ୍ବୁଲାନ୍ସ ଯୋଗେ ଲାଞ୍ଜିଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା।ସେଠାରେ ବାସନ୍ତି ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇ ବର୍ତ୍ତମାନ ନିଜ ଘରକୁ ଫେରିଥିଲା। ଆଜିକୁ ୩୦ ବର୍ଷ ହେଲା ଏହି ବଂଶୀଧାରା ନଦୀରେ ପୋଲ ନିର୍ମାଣ ପାଇଁ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପ୍ରଶାସନଙ୍କୁ ବାରମ୍ବାର ଅଭିଯୋଗ କରାଯାଇଥିଲା।କିନ୍ତୁ ଏନେଇ ପ୍ରଶାସନ କୌଣସି ପଦକ୍ଷେ ଗ୍ରହଣ କରୁନଥିବା ପଡ଼ାବାସୀ ପ୍ରକାଶ କରିଥିଲେ। ଗତ ୨୦୧୮ ମସିହା ଜୁଲାଇ ୧୫ ତାରିଖରେ ଏହି ନଦୀରେ ପାର ହେବାକୁ ଉଦ୍ୟମ ବେଳେ ନିକଟସ୍ଥ ଡଙ୍ଗରପାତଲମା ଗାଁର କାଳିଆ ମାଝୀଙ୍କ ମୃତ୍ୟୁ ହୋଇଥିଲା। ଏହି ପୋଲ ସମସ୍ୟା ସମାଧାନ ପାଇଁ ବୁଧବାର ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ ଏବଂ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଗତ କାଲି ସୁକନ୍ୟା ଶକ୍ତି ସଂଘଠନ ଓ ପଡାବାସୀଙ୍କ ପକ୍ଷରୁ ଅଭିଯୋଗ କରିଥିଲେ।

ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.