ବୋରିଙ୍ଗପଦର ଦୂର୍ଗାପୂଜା : ଏଥର ଓଡିଆ ବାର୍ତ୍ତାରେ ସିଧା ପ୍ରଶାରଣ

କଳାହାଣ୍ଡି: କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦର ୱାର୍ଡ ନଂ ୮ରେ ବୋରିଙ୍ଗପଦର ଦୂର୍ଗା ପୂଜା କମିଟି ଆନୂକୁଲ୍ୟରେ ଆରମ୍ଭ ହୋଇଛି ଜଗଜ୍ଜନନୀ ଦେବୀ ଦୂର୍ଗାଙ୍କ ସାରଦୀୟ ପୂଜା। ଗୁରୁବାର ବିଲ୍ବ ବରଣ ଅଧିବାସ ସହ ଆରମ୍ଭ ହୋଇଥିବା ଏହି ପୂଜା ସୋମବାର ପର୍ଯ୍ୟନ୍ତ ପାଳନ ହେବ। ଏବର୍ଷ ନୂତନ କରି ‘ଓଡିଆ ବାର୍ତ୍ତା’ ର ଫେସବୁକ ପେଜ୍ ଏବଂ ୟୁଟୁବରେ ବୋରିଙ୍ଗପଦର ଦୂର୍ଗା ପୂଜାର ସିଧା ପ୍ରଶାରଣ କରାଯିବାକୁ ସ୍ଥିରିକୃତ ହୋଇଛି। ଅକ୍ଟୋବର ୨୩, ୨୪ ଓ ୨୫ ତାରିଖ ସନ୍ଧ୍ୟା ୬ଟାରୁ ଦେବୀ ଦୂର୍ଗାଙ୍କ ଆରତୀ ଦର୍ଶନର ସିଧା ପ୍ରଶାରଣ କରାଯିବ। ଏହାକୁ ଓଡିଆ ବାର୍ତ୍ତାର ଫେସବୁକ୍ ପେଜ୍ facebook.com/odiabarta.in ଏବଂ ୟୁଟୁବରେ youtube.com/odiabarta.in ରେ ଦେଖିପାରିବେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏବର୍ଷର ଦୂର୍ଗାପୂଜା କୋଭିଡ୍ ଗାଇଡ ଲାଇନ ଅନୁସାରେ ପାଳନ କରାଯିବ ବୋଲି ବୋରିଙ୍ଗପଦର ଦୂର୍ଗାପୂଜା କମିଟି ସଭାପତି ଗୋବିନ୍ଦ ବନଛୋର, ସଂପାଦକ ବସନ୍ତ ସାହୁ, କୋଷାଧ୍ୟକ୍ଷ ଦେବେନ୍ଦ୍ର ସାହା ପ୍ରମୂଖ ପ୍ରକାଶ କରିଛନ୍ତି। ପୂଜାର ମୁଖ୍ୟ କର୍ତ୍ତା ଭାବରେ ବୃଷଭ ସାହା ଓ ତାଙ୍କ ଧର୍ମପତ୍ନୀ ଭାନୁପ୍ରିୟା ସାହା ଥିବାବେଳେ ମୁଖ୍ୟ ପୁସ୍ତକାଚାର୍ଯ୍ୟ ପଣ୍ଡିତ ସରୋଜ କୁମାର ଦାଶ ଏବଂ ସହଯୋଗୀ ପଣ୍ଡିତ ଅମିତ ମିଶ୍ର ଓ ଅକ୍ଷୟ ମହାପାତ୍ର ପୂଜାକାର୍ଯ୍ୟ ସଂପାଦନା କରୁଛନ୍ତି। କମିଟିର ଶୋଭାବନ ସାହା, ଉମା ମାଝୀ, କାନ୍ତ ପୋଢ, ଚମ୍ପକ ସାହା, ବିଶ୍ବାସି ନାଏକ, ସନ୍ତୋଷ ବନଛୋର, ଗୋବର୍ଦ୍ଧନ ସିକା, କୈଳାସ ସାହା ପ୍ରମୂଖ ପ୍ରତ୍ୟକ କାର୍ଯ୍ୟରେ ସହଯୋଗ କରୁଛନ୍ତି।

Udyog Nursery
Udyogi Nursery

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.