ନର୍ଲା/ଲାଞ୍ଜିଗଡ: ସରକାର ଗରିବ ହିତାଧିକାରୀ ମାନଙ୍କୁ ବିଭିନ୍ନ ଆବାସ ଯୋଜନା ମାଧ୍ୟ୍ୟମରେ ଗୃହ ପ୍ରଦାନ କରୁଛନ୍ତି। ଏହି ଯୋଜନା ଦ୍ବାରା ଲାଞ୍ଜିଗଡ଼ ବ୍ଲକର ଅନେକ ହିତାଧିକାରୀ ଉପକୃତ ହୋଇଥିବା ବେଳେ ଶୁକ୍ରବାର ଦିନ କାମାର୍ଦ୍ଧା ଗ୍ରାମ ପଞ୍ଚାୟତରେ ଗୃହ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି।
ଏହି ଉତ୍ସବରେ କାମାର୍ଦ୍ଧା ଗ୍ରାମ ପଂଚାୟତ ଅନ୍ତର୍ଗତ ମସ୍କାଗୁଡ଼ା ଗ୍ରାମର ମହେଶ୍ବର ହିଆଲ, ହେମଲତା ସାହୁଙ୍କୁ ସରକାର ଙ୍କ ତରଫରୁ ମିଳିଥିବା ଆବାସର ଗୃହ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ କମର୍ଦ୍ଧା ସରପଞ୍ଚ ଶ୍ରୀମତୀ କାନ୍ତି ପାତ୍ର, ସମ୍ମାନିତ ଅତିଥି ଭାବେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୌରାଙ୍ଗ ମାଝୀ, ୱାର୍ଡ ସଭ୍ୟ ଜୟ ବାଗ, ୱାର୍ଡ ସଭ୍ୟା ପୁଷ୍ପଲତା ସାହୁ, ଏସଇଏମ ଭ୍ରମର, ଓ ପରେଶ ବୁଦ୍ଧିଆ ପ୍ରମୁଖ ଉପସ୍ଥିତ ଥିଲେ।
ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗୈାଡଙ୍କ ସହ ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ(ନିଲେଶ)ଙ୍କ ରିପୋର୍ଟ OdiaBarta.in