ଦୁର୍ଗାପୂଜା କମିଟି ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

କର୍ଲାମୁଣ୍ଡା: ସାର୍ବଜନୀନ ଦୁର୍ଗାପୂଜା କମିଟି କର୍ଲାମୁଣ୍ଡା ପକ୍ଷରୁ ପବିତ୍ର ଦଶହରା ପୂଜା ଅବସରରେ ଏକ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ପଶ୍ଚିମ ଓଡିଶା ବିକାଶ ପରିଷଦ ସଦସ୍ୟ ପୁଷ୍ପେନ୍ଦ୍ର ସିଂଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କର୍ଲାମୁଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ସ୍ତ୍ରୀ ରୋଗ ଓ ପ୍ରସୂତି ବିଭାଗ ଡାକ୍ତର ଆଶିଷ କୁମାର ଧରୁଆଙ୍କୁ ତାଙ୍କ ଅନବାଦ୍ୟ ସେବା ପାଇଁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହାସହ ଦୁର୍ଗାପୂଜା କମିଟିର ପ୍ରଥମ ସମ୍ପାଦକ ରାମେଶ୍ୱର ସାହୁ ଯିଏକି ୧୯୭୪ମସିହା ରୁ୧୯୯୦ମସିହା ଯାଏ ସମ୍ପାଦକ ରହିଥିଲେ ତାଙ୍କୁ ମଧ୍ୟ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।

pop

ଦେବେନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସମାରୋହରେ ପ୍ରଦୀପ କୁମାର ସାହୁ ସଂଯୋଜନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସରଗୁଲ ମାଲପଡା ସମିତି ସଭ୍ୟ ଯଶୋବନ୍ତ ସାହୁ, ଡୋଳାମଣି ଭୋଇ, ନନ୍ଦୀକିଶୋର ଭୋଇ, ପର୍ଶୁରାମ ସାହୁ, ଚନ୍ଦ୍ରଭାନୁ ସାହୁ, କଳ୍ପ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

କର୍ଲାମୁଣ୍ଡାରୁ ଆଶୁତୋଷ ଦାସଙ୍କ ରିପୋର୍ଟ OdiaBar.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.