ଫରେଷ୍ଟ ଗାର୍ଡ ନିଖୋଜ ଘଟଣା : ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଲେ ପରିବାର ଲୋକ

କଳାହାଣ୍ଡି/ଲାଞ୍ଜିଗଡ଼: ଫରେଷ୍ଟ ଗାର୍ଡ ସୁହାଗ ରଞ୍ଜନ ପଣ୍ଡା ନିଖୋଜ ହେବାର ଦିର୍ଘ ଦିନ ହୋଇଗଲା କିନ୍ତୁ ଏଯାଏଁ ତାଙ୍କର କୌଣସି ଖୋଜ ଖବର ମିଳୁନାହିଁ। ଏନେଇ ବନ ବିଭାଗ ଓ ପୋଲିସଙ୍କ ପକ୍ଷରୁ ଖୋଜା ଖୋଜି ଚାଲିଛି। ତେବେ ସୁହାଗଙ୍କୁ ନେଇ କୌଣସି ସ୍ପଷ୍ଟ ତଥ୍ୟ ମିଳି ପାରୁ ନଥିବାରୁ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧରଙ୍କୁ ସାକ୍ଷାତ କରିଛନ୍ତି ସୁହାଗଙ୍କ ପରିବାରବର୍ଗ। ଶ୍ରୀ ଗଙ୍ଗାଧର ନିଜେ ଘଟଣାର ତଦାରଖ କରୁଥିବା ବେଳେ ବନ ବିଭାଗ ଓ ପୋଲିସ ପକ୍ଷରୁ କାର୍ଯ୍ୟନୁଷ୍ଠାନ ନିଆଯାଉଛି ବୋଲି ଆଶ୍ୱାସନା ଦେଇଥିବା ଜଣାପଡିଛି।

ଅକ୍ଟୋବର ୨୧ରୁ ନିଖୋଜ ଅଛନ୍ତି ଫରେଷ୍ଟ ଗାର୍ଡ ସୁହାଗ ରଞ୍ଜନ ପଣ୍ଡା

ସୂଚନା ଅନୁସାରେ ଲାଞ୍ଜିଗଡ଼ ବ୍ଲକ ସିକେରକୁପା ଫରେଷ୍ଟ ଗାର୍ଡ ସୁହାଗ ରଞ୍ଜନ ପଣ୍ଡା ଦିର୍ଘଦିନ ଦିନ ହେଲା ନିଖୋଜ ଅଛନ୍ତି। ତାଙ୍କର ପଲସର ବାଇକ(ଓଡ଼ି୦୮ଇ-୩୬୧୩) ମଧ୍ୟ କୌଣସି ପତ୍ତା ମିଳୁନାହିଁ। ଏନେଇ ବିଶ୍ୱନାଥପୁର ବନବିଭାଗ ଓ ପରିବାର ପକ୍ଷରୁ ନର୍ଲା ଥାନା ଓ ସିକେରକୁପା ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ବନପାଳ ଶ୍ରୀ ବେହେରାଙ୍କ ସୂଚନା ଅନୁସାରେ ଗତ ୨୧ ତାରିଖ ଦିନ ବିଶ୍ୱନାଥପୁର ରେଞ୍ଜ ଅଫିସକୁ ମିଟିଙ୍ଗକୁ ଯିବାପାଇଁ ସକାଳ ୧୦ ଟା ପୂର୍ବରୁ ସେ ସୁହାଗଙ୍କ ସହିତ ଫୋନରେ କଥା ହୋଇଥିଲେ। ସୁହାଗ ନିକଟସ୍ଥ ଖିକସାଭଟା ବିଟର ଧାନବାହିଲି ଠାରେ ବନବିଭାଗର ନବନିର୍ମିତ ଘରକୁ ଯାଇ ଫୋଟ ଆଣି ଅଧା ଘଣ୍ଟା ମଧ୍ୟରେ ଫେରିବି ବୋଲି ଫୋନରେ କହିଥିଲେ। ବନପାଳ ବହୁ ସମୟ ଅପେକ୍ଷା କଲା ପରେ ବାରମ୍ବାର ଫୋନ କରିଥିଲେ କିନ୍ତୁ ତାଙ୍କ ଫୋନ ସୁଇଜଅଫ ଥିଲା। ଏନେଇ ବନପାଳ ବିଶ୍ୱନାଥପୁର ରେଞ୍ଜ ଅଫିସକୁ ଆସିଏହି ବିଷୟରେ ବନାଞ୍ଚଳ ଅଧିକାରୀ ଲକ୍ଷ୍ୟ ମହାନନ୍ଦଙ୍କୁ ଜଣାଇଥିଲେ। ଶ୍ରୀ ମହାନନ୍ଦ ମଧ୍ୟ ଫୋନ କରିଥିଲେ ଫୋନ ଅଫ ଥିଲା। ୨୧ ତାରିଖ ସନ୍ଧ୍ୟାରେ ସମସ୍ତ ବନ କର୍ମଚାରୀ ଓ ସ୍କୁଆଡ଼ ମିଶି ଖୋଜା ଖୋଜି କରିଥିଲେ କିନ୍ତୁ କିଛି ଜଣା ପଡିନଥିଲା। ତା ପରଦିନ ବନ ବିଭାଗ ପକ୍ଷରୁ ଧାନବାହିଲି ଯାଇ ଭିଏସେଏସ ସଭାପତି ସୁଖମଲ ଗଉଡ଼ଙ୍କୁ ପଚାରିଥିଲେ। ସଭାପତି ଶ୍ରୀ ଗଉଡ଼ କହିବା ଅନୁଯାୟୀ ସେ ଧାନବାହିଲି ଯାଇ ମିଟିଙ୍ଗ ହଲର ପୁରୁଣା ତାଲାକୁ ବଦଳାଇ ଗୋଟିଏ ନୂଆ ତାଲା ପକାଇ ତାଙ୍କୁ ଗୋଟିଏ ଚାବି ଦେବା ପରେ ବାଲାପଦର ଯାଇ ସୁକୁମକୁ ଭେଟିବି ବୋଲି କହିଥିବା ସଭାପତି ଗଉଡ଼ ବନ ବିଭାଗ ପାଖରେ ପ୍ରକାଶ କରିଥିଲେ। ପୁଣି ବନବିଭାଗ ବାଲାପଦର ଯାଇଥିଲେ। ସେଠାରେ ସୁକୁମ ଘରେ ପଚାରିବାରୁ ସୁକୁମଙ୍କ ସ୍ତ୍ରୀ ହଁ ଆସିଥିଲେ ମୋର ସ୍ୱାମୀ ନାହିଁ କହିବାରୁ ସେ ଚାଲି ଯାଇଥିଲେ ବୋଲି ବନ ବିଭାଗ ନିକଟରେ ପ୍ରକାଶ କରିଥିଲେ। ବନ ବିଭାଗ ପକ୍ଷରୁ ସୁହାଗଙ୍କ ଘର ଲାଞ୍ଜିଗଡ଼ ରୋଡ଼କୁ ଯାଇ ମା ଓ ଭାଇକୁ ମଧ୍ୟ ପଚାରିବାରୁ ଧାନବାହିଲି ଯାଇ ଅଧା ଘଣ୍ଟା ମଧ୍ୟରେ ଆସି ଖାଇକି ଅଫିସ ଯିବି ବୋଲି ମାଙ୍କୁ କହିଥିବା ମା ପ୍ରକାଶ କରିଥିଲେ।

ବନବିଭାଗ ପକ୍ଷରୁ ନର୍ଲା ଥାନାରେ ଏତଲା, ପରିବାରର ପକ୍ଷରୁ ସିକେରକୁପା ଫାଣ୍ଡିରେ ଅଭିଯୋଗ

ଏନେଇ ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ଶ୍ରୀ ମହାନନ୍ଦ ଓ ସମସ୍ତ ବନ ବିଭାଗର କର୍ମଚାରୀ ୩ ଦିନ ଧରି ଖୋଜା ଖୋଜି କଲା ପରେ କୌଣସି ତାଙ୍କର ପତ୍ତା ମିଳି ନଥିବାରୁ ଗତ ୨୩ ତାରିଖ ଦିନ ବିଶ୍ୱନାଥପୁର ବନାଞ୍ଚଳ ଅଧିକାରୀ ଶ୍ରୀ ମହାନନ୍ଦ ଏବଂ ବନପାଳ ଶ୍ରୀ ବେହେରା ନର୍ଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପୂର୍ବରୁ ୨୨ ତାରିଖ ଦିନ ସୁହାଗଙ୍କ ମା ଓ ଭାଇ ସିକେରକୁପା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିବା ସିକେରକୁପା ଫାଣ୍ଡି ଅଧିକାରୀ ଏସଆଇ ସୁବାଷ ଗୁରୁ ପ୍ରକାଶ କରିଥିଲେ।

ପିତାଙ୍କ ମୃତ୍ୟୁପରେ ସୁହାଗଙ୍କୁ ମିଳିଥିଲା ଚାକିରି

ସୂଚନା ଥାଉକି ଜୁନାଗଡ଼ ବ୍ଲକ ଦାସୀଗାଁର ପ୍ରମୋଦ କୁମାର ପଣ୍ଡା ବନ ବିଭାଗରେ ଫରେଷ୍ଟ ଗାର୍ଡ ଭାବେ କାମ କରୁଥିଲେ। ଚାକିରୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା।ତେଣୁ ତାଙ୍କ ସ୍ଥାନରେ ବନବିଭାଗ ପକ୍ଷରୁ ତାଙ୍କ ପୁଅ ସୁହାଗ ରଞ୍ଜନଙ୍କୁ ଫରେଷ୍ଟ ଗାର୍ଡରେ ଚାକିରୀ ମିଳିଥିଲା। ତାଙ୍କୁ ଆଜିକି ୧ ବର୍ଷ ହେଲା ପ୍ରଥମ ନିଯୁକ୍ତି ସିକେରକୁପା ବନ ବିଭାଗରେ ପାଇଥିଲେ। ତେଣୁ ମା ଓ ଭାଇଙ୍କୁ ଆଣି ଲାଞ୍ଜିଗଡ଼ରୋଡ଼ରେ ଏକ ଘର ଭଡାରେ ନେଇ ରହୁଥିଲେ। ବର୍ତ୍ତମାନ ସୁହାଗଙ୍କ ମା ଓ ଭାଇ ଦାସୀଗାଁକୁ ଚାଲି ଯାଇଛନ୍ତି।

ପରିବାରବର୍ଗଙ୍କୁ ଆଶ୍ବସନା ଦେଲେ କଳାହାଣ୍ଡି ଏସପି

ଏହି ଘଟଣାକୁ ନେଇ ଗୁରୁବାର ଦିନ ମା ଓ ବଡ ଭାଇ କଳାହାଣ୍ଡି ଆରକ୍ଷୀ ଅଧିକ୍ଷକ ବାତୁଲା ଗଙ୍ଗାଧରଙ୍କୁ ସାକ୍ଷାତ କରିଥିଲେ। ଶ୍ରୀ ଗଙ୍ଗାଧର ଘଟଣାଟିର ନିଜେ ତଦାରଖ କରୁଥିବା ବେଳେ ବନ ବିଭାଗ ଓ ପୋଲିସ ପକ୍ଷରୁ କାର୍ଯ୍ୟନୁଷ୍ଠାନ ନିଆଯାଉଛି ବୋଲି ଆଶ୍ୱାସନା ଦେଇଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.