The great Dom caste: ଏକ ସଂକ୍ଷିପ୍ତ ଦୃଷ୍ଟିପାତ

ପାରସ୍ୟ ସମ୍ରାଟଙ୍କ ନିମନ୍ତ୍ରଣ କ୍ରମେ ସପ୍ତମ/ଅଷ୍ଟମ ଶତାବ୍ଦିରେ ବଏରାମ ଗୌରଙ୍କ ଶାସନ ସମୟରେ ଆଟବିକ ରାଜ୍ୟ (କଳାହାଣ୍ଡି , କୋରାପୁଟ, କନ୍ଧମାଳ (ଅଂଶ) , ବସ୍ତର ) ଓ ତୈତଳିକ ଜନପଦ (ଟିଟିଲାଗଡ) ଅଞ୍ଚଳରୁ ପ୍ରାୟ ୧୨ହଜାର ବାଦ୍ୟକାର ବା ବଜନିଆ ଗୋଷ୍ଠୀ ବାଦ୍ୟ ଶିକ୍ଷା ଦେବାକୁ ପାରସ୍ୟ ଯାଇଥିଲେ । ଐତିହାସିକ ମାନେ ଏହି ବାଦ୍ୟକାର ଗୋଷ୍ଠୀଙ୍କୁ ‘The great Dom caste’ ଭାବେ ଚିହ୍ନଟ କରିଛନ୍ତି ।

ପଶ୍ଚିମାଞ୍ଚଳର ‘ଗଣାବଜା’ ବା ‘ଡମ୍ ବଜା’ ଏକ ପ୍ରାଚୀନ ଲୋକବାଦ୍ୟ । ଗ୍ରନ୍ଥ ବର୍ଣିତ ଚର୍ତୁବିଧ ବାଦ୍ୟ ପରଂପରା ଯଥା ଅବନନ୍ଧ, ଘନ, ସୂଷୀର ଓ ତତ୍ ବାଦ୍ୟ ମଧ୍ୟରୁ ଏହି ଗଣାବଜା ତ୍ରିବିଧ ବାଦ୍ୟଯନ୍ତ୍ରର ସମାହାରରେ ଗତିଶିଳ ହୋଇଥାଏ। ଏହି ବାଦ୍ୟବୃନ୍ଦର ରୂପ ନେଇଛି ଦୁନ୍ଦୁଭି (ନିଷାନ) ବାଦ୍ୟ ଆଧାରରେ। ଏହି ବାଦ୍ୟ ଆଧାରରେ ହିଁ ସ୍ବାତୀ ମୁନି ପୁଷ୍କର ବା ତ୍ରିପୁଷ୍କର ବାଦ୍ୟର ଆବିଷ୍କାର କରିଥିଲେ। ଭାରତୀୟ ସଂସ୍କୃତିରେ ସ୍ବାତୀ ମୁନିଙ୍କୁ ଶାସ୍ତ୍ରୀୟ ବାଦ୍ୟର ଆବିଷ୍କର୍ତ୍ତା ଭାବେ ମାନ୍ୟତା ଦିଆଯାଏ।

ଆଜି ସମୟର ନିଷ୍ଠୁର ପଦଘାତରେ ଏହି ବଜନିଆ ଗୋଷ୍ଠୀ ନିସ୍ପେଷିତ ଜୀବନ ନିର୍ବାହ କରି ସମାଜର ତଳ ସ୍ଥରର ବ୍ୟକ୍ତି ଭାବେ ପରିଗଣିତ ହେଉଛନ୍ତି। ତେଣୁ ସମୟର ଆହ୍ବାନ ଏହି ଗୋଷ୍ଠୀର ଦାୟାଦ ମାନେ ଅତିତର ଅତଳଗର୍ଭରୁ ନିଜର ଇତିହାସକୁ ସାଉଁଟି ଆଣି ନିଜର ସ୍ବର୍ଣିମ ଐତିହ୍ୟ ପରଂପରାକୁ ବିଶ୍ବ ଦରବାରରେ ଗର୍ବର ସହ ଉପସ୍ଥାପନ କରନ୍ତୁ।

✍️ ସୁନୀଲ କୁମାର ଧଙ୍ଗଡାମାଝୀ

ସମ୍ପାଦକ, ‘ଓଡ଼ିଆ ବାର୍ତ୍ତା’

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.