ସର୍ବ ସାଧାରଣ ଅଭିଯୋଗ ଓ ସମାଧାନ ଶିବିରର ଶୁଭାରମ୍ଭ

କଳାହାଣ୍ଡି/ଲାଞ୍ଜିଗଡ଼: କମର୍ଦ୍ଧା ପଞ୍ଚାୟତ ଠାରେ ଲାଞ୍ଜିଗଡ଼ ବ୍ଲକ ପଞ୍ଚାୟତ ସମିତି ପକ୍ଷରୁ ସାପ୍ତାହିକ ସର୍ବ ସାଧାରଣ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ଇଂ. ଫକୀର ମୋହନ ମାଝୀ, ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ଏବିଡ଼ିଓ ବିଭୁତି ଭୂଷଣ ଶତପଥୀ, ଏଇ ରେଣୁକା ଠାକୁର, ଏସିଓ ସୁଜିତ କୁମାର, କମର୍ଦ୍ଧା ସରପଞ୍ଚ କାନ୍ତି ପାତ୍ର, ସମିତି ସଭ୍ୟ ଜଗଦୀଶ ବେନିଆଁ, ପିଇଓ ଗୌରାଙ୍ଗ ମାଝୀ, ଜିଆରଏସ ଫାଲଗୁନି ସାହୁ ସମେତ ବ୍ଲକ ଓ ପଞ୍ଚାୟତ ସ୍ତରୀୟ ଅଧିକାରୀ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗର ଶୁଣାଣି କରିଥିଲେ।

Omkar Vasthu
Omkar Vasthu


ଶିବିରରେ ବନ ବିଭାଗ, କୃଷି ,ସ୍ୱାସ୍ଥ୍ୟ,ଶିକ୍ଷା, ପାନୀୟ ଜଳ, ବିଭିନ୍ନ ସମସ୍ୟା ସଂପର୍କରେ ଲୋକେ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଶିବିରରେ ୫୨ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ ଆସିଥିଲା। ଲୋକଙ୍କ ଅଭିଯୋଗକୁ ଶିଘ୍ର ସମାଧାନ କରିବାକୁ ବିଡ଼ିଓ ଶ୍ରୀ ମିଶ୍ର ଓ ଅଧ୍ୟକ୍ଷ ଇଂ ମାଝୀ ଅନ୍ୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

କୋଭିଡ୍ କଟକଣା ଯୋଗୁଁ ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ଼ ପଞ୍ଚାୟତ ସମିତି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏହି ଶିବିର କମର୍ଦ୍ଧା ପଞ୍ଚାୟତରେ ଆରମ୍ଭ ହୋଇ ଲାଞ୍ଜିଗଡ଼ ବ୍ଲକ ୨୬ଟି ପଞ୍ଚାୟତରେ ସପ୍ତାହର ପ୍ରତି ମଙ୍ଗଳବାର ଦିନ ଅନୁଷ୍ଠିତ ହେବ ବୋଲି ବିଡ଼ିଓ ଜିତେନ୍ଦ୍ର ମିଶ୍ର ପ୍ରକାଶ କରିଛନ୍ତି।

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.