କବିତା : ପୁଅ

 

✒️ଜ୍ୟୋତ୍ସ୍ନାରାଣୀ ଧଙ୍ଗଡ଼ାମାଝୀ

ଦୁଇ ପୁଅ ମୋର ଜୀବନ ଧନ,
ଜଣେ ସୂର୍ଯ୍ୟ ହେଲେ ଜଣେ ତ ଜହ୍ନ।

ଦୁଇଜଣ ମୋର ନୟନତରା,
ଜଣେ ନୀଳମଣି ଜଣେ ତ ଗୋରା।

ବଡ଼ ପୁଅ ମୋର ମାନେ ଗୌରବ,
ସାନ ପୁଅ ମୋର ଗୁଣେ ସୌରଭ।

ଦୁଇ ପୁଅ ମୋର ଦୁଇ ନୟନ,
ସାନ ପୁଅର ଆଜି ଜନମଦିନ।

ସର୍ବେ ଦେବେ ତାକୁ ବହୁ ଆଶିଷ,
ଦୁତିବାହନ ରଖିବେ ଶହେ ବରଷ।

ପାଞ୍ଚ ନଭେମ୍ବର ଏ ଶୁଭ ବେଳେ,
ଠାକୁରେ ଦେଲେ ମୋହରି କୋଳେ।

ମାଣ୍ଡେଲ, ନର୍ଲା, କଳାହାଣ୍ଡି

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.