ପରଲୋକରେ କବି ପଦ୍ମଲୋଚନ ଭୋଇ

କଳାହାଣ୍ଡି: ବରିଷ୍ଠ ନାଟ୍ୟକାର, ଅଭିନେତା, କବି ତଥା ସଂଗଠକ ପଦ୍ମଲୋଚନ ଭୋଇଙ୍କ ପରଲୋକ ଘଟିଛି। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ରେଖପୁର ନିବାସୀ ଶ୍ରୀ ଭୋଇ କବିତା ଓ ନାଟକ ରଚନା କରିବା ସହ ଅଭିନୟରେ ଉତ୍କର୍ଷତା ପ୍ରତିପାଦନ କରିଥିଲେ। ସାହିତ୍ୟ ଓ ସଂସ୍କୃତି ସଙ୍ଗଠନରେ ମଧ୍ୟ ତାଙ୍କର ଅବଦାନ ଅତୁଳନୀୟ। ଦୀର୍ଘଦିନ ଧରି ସାହିତ୍ୟ ମନ୍ଦିର ନର୍ଲାର ସମ୍ପାଦକ ଏବଂ ସାହିତ୍ୟ ନାଟକ କଳା ପରିଷଦ ରେଖପୁରର ସଭାପତି ଭାବେ କାର୍ଯ୍ୟ କରି ଅଂଚଳର ବହୁ ପ୍ରତିଭାଙ୍କୁ ଲୋକଲୋଚନକୁ ଆଣିଥିଲେ।

ସେ ବୃକକ୍ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ତାଙ୍କ ବିୟୋଗରେ ସାହିତ୍ୟ ମନ୍ଦିର, ସାହିତ୍ୟ ନାଟକ କଳା ପରିଷଦ, ଦେବଗିରି ସାଂସ୍କୃତିକ ଅନୁଷ୍ଠାନ ସମେତ ଜିଲ୍ଲାର ବହୁ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ କରିବା ସହ ସାହିତ୍ୟ ସଂସ୍କୃତି ଜଗତରେ ଏକ ବିଶାଳ ଶୂନ୍ୟସ୍ଥାନ ସୃଷ୍ଟି ହେଲା ବୋଲି ମତପ୍ରକାଶ ପାଇଛି।

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.