ପ୍ରଥମଥର ପାଇଁ ବିନା ଭକ୍ତରେ ଯାତ୍ରା କରିବେ ଆମପାଣି ବୁଢାରଜା

କୋକସରା: ଆସନ୍ତା ୭ନଭେମ୍ବର ଶନିବାର ଦିନ ଆମପାଣି ଠାରେ ବୁଢ଼ାରଜାଙ୍କ ପ୍ରସିଦ୍ଧ ଦଶହରା ଯାତ୍ରା ଅନୁଷ୍ଠିତ ହେବ। ଏବର୍ଷ କରୋନା ସଂକଟ ଯୋଗୁଁ କଟକଣା ମଧ୍ୟରେ ଯାତ୍ରା ସଂପନ୍ନ ହେବ। ପ୍ରଥମଥର ପାଇଁ ବିନା ଭକ୍ତରେ ଯାତ୍ରା କରିବେ ବୁଢାରଜା।

ଧର୍ମଗଡ ଉପଖଣ୍ଡ ଜିଲ୍ଲା ପ୍ରଶାସନ ତରଫରୁ ଏନେଇ ଜାରି ହୋଇଛି କଟକଣା। ୭ ତାରିଖ ଦଶହରା ଦିନ ଶନିବାର ସକାଳ ରୁ ୬ ଘଣ୍ଟା ରୁ ରବିବାର ୧୦ ଘଣ୍ଟା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛି ପ୍ରଶାସନ। ଗୁରୁବାର ଧର୍ମଗଡ ଉପ ଜିଲ୍ଲାପାଳ ଟି.ଏସ. ଦିବାକରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଧର୍ମଗଡ ଉପଖଣ୍ଡ ପୋଲିସ ଅଧିକାରୀ ନାରାୟଣ ନାଏକ ଓ କୋକସରା ତହସିଲଦାର ମନୋଜ ପାଢ଼ୀ ଉପସ୍ଥିତ ରହିଥିଲେ।

ଉପ ଜିଲ୍ଲାପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଯେ, ଏବର୍ଷ ଆମପାଣି ବୁଢାରଜାଙ୍କ ଦଶହରା ବିନା ଭକ୍ତରେ ପାଳନ ହେବ। ଶନିବାର ସକାଳୁ୧୪୪ ଧାରା ଲାଗୁ ହେବା ସହ କୌଣସି ଲୋକଙ୍କୁ ମନ୍ଦିର ଦର୍ଶନ ପାଇଁ ଛଡା ଯିବନାହିଁ। ଏହି ସମୟ ସୀମା ମଧ୍ୟରେ ଆମପାଣି ଗ୍ରାମର ସମସ୍ତ ଦୋକାନ ବଜାର ମଧ୍ୟ ବନ୍ଦ ରହିବ। କୌଣସି ଲୋକ ଘରୁ ବାହାରିବେ ନାହିଁ। କେବଳ ଅତି ଜରୁରୀକାଳୀନ ସେବାକୁ ବାଦ ଦିଆଯାଇଛି। ତେବେ ଏହାକୁ ନେଇ ଶ୍ରଦ୍ଧାଳୁଙ୍କ ମନରେ କ୍ଷୋଭ ଦେଖାଦେଇଛି। ନିଜର ଆରାଧ୍ୟ ଦେବତା ପ୍ରଭୁ ବୁଢାରାଜାଙ୍କ ଦର୍ଶନ ପାଇଁ ବର୍ଷ ସାରା ଶ୍ରଦ୍ଧାଳୁ ଚାହିଁ ରହିଥାନ୍ତି। ଏବର୍ଷ ସେମାନଙ୍କୁ ନିରାଶ ହେବାକୁ ପଡ଼ିଛି।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.