ସମାଜସେବୀ ଭାସ୍କର ସାହୁଙ୍କ ପରଲୋକ

ଶିବବିବାହ ଆରମ୍ଭରୁ ଶିବ ପିତା ଦାୟିତ୍ୱ ନିର୍ବାହ କରୁଥିଲେ

କଳାହାଣ୍ଡି: ଭବାନୀପାଟଣାରେ ଚିକିତ୍ସାଧୀନ ଅବସ୍ଥାରେ ମ.ରାମପୁରର ସମାଜସେବୀ ଭାସ୍କର ସାହୁ(୬୫)ଙ୍କ ପରଲୋକ ହେଇଯାଇଛି। ନିଜ ଜନ୍ମମାଟି ଭଂଜନଗର, କୋଦଣ୍ଡ ହେଇଥିବାବେଳେ ତାଙ୍କର କର୍ମଭୂମି ଥିଲା ମ.ରାମପୁର। ସେ ଏଠାରେ ଗୋଟିଏ ହୋଟେଲ କରିଥିଲେ ହେଁ ସମାଜର ବିଭିନ୍ନ କାର୍ଯ୍ୟରେ ତାଙ୍କରି ବିଶେଷ ଯୋଗଦାନ ରହିଥିଲା। ଜଣେ ଧର୍ମପରାୟଣ ବ୍ୟକ୍ତି ଥିଲେ ସ୍ୱର୍ଗତ ସାହୁ। ସେ ମ.ରାମପୁର
ଶିବମନ୍ଦିରର ଶିବ ବିବାହ ଆରମ୍ଭ ଦିନଠାରୁ ଶିବ ପିତାଙ୍କ ଭୂମିକା ନିର୍ବାହ କରିଆସୁଥିଲେ। ଏଥି ସହିତ ବିଭିନ୍ନ ସାମାଜିକ, ଧର୍ମୀୟ ଅନୁଷ୍ଠାନ ପ୍ରତି ତାଙ୍କରି ଅକୁଣ୍ଠ ସହଯୋଗ ରହିଥିଲା। ଆଜି ସକାଳେ ତାଙ୍କରି ମରଶରୀରକୁ ବିଭିନ୍ନ ଲୋକଙ୍କ ଶେଷ ଦର୍ଶନ ପରେ ମ.ରାମପୁର ଉତ୍ତେଇ ନଦୀ କୂଳ ଶ୍ମସାନରେ ଶବଦାହ କରାଯାଇଥିଲା। ତାଙ୍କରି ଏକମାତ୍ର ପୁତ୍ର କାହ୍ନା ସାହୁ ମୁଖାଗ୍ନୀ ଦେଇଥିଲେ। ସ୍ବର୍ଗତ ସାହୁଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.