କର୍ଲାମୁଣ୍ଡା: ଓଜେଇଇ (ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା) ର ଫଳ ପ୍ରକାଶିତ ହୋଇଛି। ଏଥିରେ ଲେଟେରାଲ ଏନ୍ଟ୍ରି ବି.ଫାର୍ ରେ ରାଜ୍ୟ ସ୍ତରରେ ଟପ୍ପର୍ ହୋଇଛନ୍ତି ଗୁଣାକାର ସାହୁ। କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଳକ ମାଲପଡା ଗାଁର ରମେଶ ଚନ୍ଦ୍ର ସାହୁ ଓ ହରପ୍ରିୟା ସାହୁଙ୍କ ସୁପୁତ୍ର ହେଉଛନ୍ତି ଗୁଣାକାର ସାହୁ। ସେ ବ୍ରହ୍ମପୁର ସ୍ଥିତ ଓମ ସାଇ କଲେଜ ଅଫ ଫାର୍ମାସି ଏଣ୍ଡ ହେଲ୍ଥ ସାଇନ୍ସରେ ଡି.ଫାର୍ମ ଅଧ୍ୟୟନ କରିଥିଲେ। ସେ ଓଡ଼ିଶା ଟପ୍ପର ହୋଇଥିବା ଖବରପାଇ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି। କର୍ଲାମୁଣ୍ଡା ପ୍ରେସ କ୍ଳବ ସହିତ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି।
କର୍ଲାମୁଣ୍ଡାରୁ ଆଶୁତୋଷ ଦାସଙ୍କ ରିପୋର୍ଟ OdiaBarta.in