ହାଣ୍ଡିଦରରେ ଆନିକଟ ପାଇଁ ପରିଦର୍ଶନ କଲେ ସହକାରୀ ଯନ୍ତ୍ରୀ

ଅଂଚଳର ପ୍ରାୟ ଏକ ହଜାର ଏକର ହେବ ଶସ୍ୟ ଶ୍ୟାମଳ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ମାଣିକେରା ନିକଟରେ ଥିବା ହାଣ୍ଡି
ଦର(ହାଏଣ ଦରହ)ଠାରେ ଏକ ଆନିକଟ ନିର୍ମାଣ କରିବା ପାଇଁ ଅଂଚଳବାସୀ ଦୀର୍ଘଦିନ ଧରି ଦାବୀ କରିଆସୁଥିଲେ। ଗତ କିଛି ଦିନତଳେ ଏହି ସ୍ଥାନକୁ୍ ନର୍ଲା ବିଧାୟକ ଭୂପିନ୍ଦର ସିଂ ପରିଦର୍ଶନ କରିବା ସହିତ ଅଂଚଳବାସୀଙ୍କ ଦାବୀକୁ ଶୁଣି କାର୍ଯ୍ୟକାରୀ କରାଯିବ  ବୋଲି ପ୍ରତିଶୃତି ଦେଇଥିଲେ । ତେବେ ଏଠାରେ ଏକ ଆନିକଟ କରିବାକୁ ଏମଆଇ ସହକାରୀ ଯନ୍ତ୍ରୀ ଇଂ ଦିଲୀପ କୁମାର ପଟ୍ଟନାୟକ ନିଜ ସହକର୍ମୀଙ୍କ ସହିତ ଏହିସ୍ଥାନର ଉପଲବ୍ଧତାକୁ ପରିଦର୍ଶନ କରିଥିଲେ । ଏହି ପରିଦର୍ଶନ ସମୟରେ ଅଂଚଳର ସମାଜସେବୀ ଶୁକଦେବ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଉକ୍ତ ହାଣ୍ଡିଦରରେ ଏକ ଜଳସେଚନ ପ୍ରକଳ୍ପ ତିଆରି କରାଗଲେ ମାଣିକେରା, ସିଂହପୁର, ଡ଼ମ୍ବକର୍ଲାଖୁଟା ପଂଚାୟତର
ଟପରେଙ୍ଗ, ପାଜିକେରି, ସୁଲେସୁରୁ, ମାଣିକେରା, ଗଣ୍ଡପଦର, ସିନ୍ଧିପଦର, ମାର୍ଦ୍ଦାଜୋର, କଜୋକୁଲପି, ଉପରନୂଆଗାଁ, ତଳନୂଆଗାଁ, ପିପଲପଦର, ସିର୍କିହେଜୁ, ସୁରେଲପଡ଼ା, ଧୁଇଲଗୁଡ଼ି, କମଗାଁ, ସିଂହପୁର, ରତାପାଲି ଅଂଚଳର ପ୍ରାୟ ଏକହାଜର ଏକରରୁ ଉର୍ଦ୍ଧ୍ୱ ଜମିକୁ ଜଳସେଚନ ସୁବିଧା ହେବା ସହିତ ଅଂଚଳରେ ବର୍ଷତମାମ ଚାଷ ହେବା ଫଳରେ ଅଂଚଳର ବିକାଶ ହେଇପାରିବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ତେବେ ଗତକାଲିର ଏହି ପରିଦର୍ଶନ ପରେ
ଅଂଚଳବାସୀଙ୍କ ମହଲରେ ଖୁସିର ଲହରୀ ଖେଳିଯାଇଛି । ଏହି ପ୍ରକଳ୍ପକୁ ଯଥାଶିଘ୍ର କାର୍ଯ୍ୟକ୍ଷମ କରିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.