୫୬ତମ ମହାବୀର ମହୋତ୍ସବ: କଳାହାଣ୍ଡିର କଳା ସଂସ୍କୃତିର ସଂରକ୍ଷଣ ଓ ବିକାଶରେ ମହାବୀର ଅନନ୍ୟ

କଳାହାଣ୍ଡି: କଳାହାଣ୍ଡିର କଳା, ସଂସ୍କୃତିର ସଂରକ୍ଷଣ ଓ ବିକାଶରେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ଭୂମିକା ସର୍ବାଦୌ ସ୍ମରଣୀୟ । କେବଳ କଳାହାଣ୍ଡି ନୁହେଁ ଓଡ଼ିଶା ମାନଚିତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ମହାବୀର ସାଂସ୍କୃତିକ ଅନୁଷ୍ଠାନ ଭବାନୀପାଟଣା । ସାଂସ୍କୃତିକ ଆନ୍ଦୋଳନର ସୂତ୍ରଧର ସାଜିଥିବା ଏହି ଅନୁଷ୍ଠାନ ଭାରତ ଏବଂ ଭାରତ ବାହାରେ କଳାହାଣ୍ଡିର ଲୋକବାଦ୍ୟ ଘୁମୁରା, ବଜାଶାଲକୁ ପରିଚିତ କରେଇବା ସହିତ ଏହି ମାଟିକୁ ଧନ୍ୟକରିଛି ବୋଲି ତାର ୫୬ତମ ମହାବୀର ମହୋତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ତେବେ ବିଶ୍ୱମହାମାରୀ କରୋନାକୁ ଦୃଷ୍ଟିରେ ରଖି କୋଭିଡ଼ ନିମୟର ଅବଲମ୍ବନ ପୂର୍ବକ ପାରମ୍ପାରିକ ଭାବରେ ଏହି ମହୋତ୍ସବ ପାଳିତ ହେଇଯାଇଛି । ସମାରୋହରେ ମୁଖ୍ୟ ଅତିଥିଭାବରେ ପୂର୍ବତନ ମନ୍ତ୍ରୀ ତଥା ବର୍ଷିୟାନ ସାହିତ୍ୟିକ, ଔପନ୍ୟାସିିକ ରାସ ବିହାରୀ ବେହେରା କଳାହାଣ୍ଡିର ମହାନ ସଂସ୍କୃତି ଏବଂ ଏହାର ବିକାଶରେ ମହାବୀର ସାଂସ୍କୃତିକ ଅନୁଷ୍ଠାନର ଭୂମିକା ଉପରେ ଆଲୋକପାତ କରିଥିଲେ । ସଭାପତି ଜୟନ୍ତ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥିପରିଚୟ ସହିତ ମଂଚ ପରିଚାଳନା କରିଥିଲେ ସହସଂପାଦକ ସୁଶାନ୍ତ ସିଂହ । ସାଧାରଣ ସଂପାଦକ ସତ୍ୟ ନାରାୟଣ ସିଂହ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଅନୁଷ୍ଠାନର ସ୍କରଣୀକା ଗିରିଝର ଓ ସହସଂପାଦକ ସଂଜୀବ ସିଂହଙ୍କ ଗୀତି କବିତା ଝରାଫୁଲ ଆଶାକୁ ମୁଖ୍ୟ ଅତିଥି ଲୋକାର୍ପଣ କରିଥିଲେ । ଗିରିଝରର ସଂପାଦକ ସଞ୍ଜୟ କୁମାର ସ୍ମରଣିକା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବିଭିନ୍ନ ବିଭାଗରେ ପ୍ରତିଭାବାନ ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରାଯାଇଥିଲା । ଉପସଭାପତି ଶାନ୍ତନୁ ବେହେରା ଧନ୍ୟବାଦାର୍ପଣ କରିଥିଲେ । କ୍ରୀଡ଼ାକ୍ଷେତ୍ରରେ ବିଭୂତି ଭୂଷଣ ପଣ୍ଡା, ଚିତ୍ରକଳା ପାଇଁ ଡ଼ା ଦୀନବନ୍ଧୁ ସାହୁ, ସାମ୍ବାଦିକତା ନିମେନ୍ତ ଦେବେନ୍ଦ୍ର କୁମାର ବିଶି, ସମାଜସେବାରେ ଅଶୋକ କୁମାର ଦାସ, ନାଟକ ପାଇଁ ସୁଶୀଲ ଗହୀର, ଘୁମୁରାରେ ପ୍ରଦୀପ କୁମାର ସିଂ ଓ କ୍ଷୀରସିନ୍ଧୁ ନାଏକ, ସାହିତ୍ୟରେ ସୁଧୀର ମେହେର, କୃତୀ ସଭ୍ୟଭାବରେ କାର୍ତ୍ତିକେଶ୍ୱର ପଣ୍ଡା, ନୃତ୍ୟରେ ମାନସ ରଂଜନ ଧଙ୍ଗଡ଼ାମାଝୀ ଏବଂ କାହ୍ନା ବେହେରା ଓ ଶୁଭପ୍ରିୟା ବାଗଙ୍କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ । ପୁରସ୍କାର ବିତରଣ ପରେ ପରେ ଚିତ୍ରଶିଳ୍ପୀ ଡ଼ାକ୍ତର ଦୀନବନ୍ଧୁ ସାହୁଙ୍କ ଦ୍ୱାରା କରୋନା ସଂର୍ପକୀତ ସଚେତନତା ଉଦ୍ଦେଶ୍ୟରେ ୧୬ଗୋଟି ସୋଲୋ ଫାଇନ ଆର୍ଟ ପ୍ରଦର୍ଶନୀକୁ ଅତିଥିମାନେ ଉଦଘାଟନ କରିଥିଲେ । ଏହି ଚିତ୍ରକଳା ପ୍ରଦର୍ଶନୀ ୧୪ଏବଂ ୧୫ ଦୁଇଦିନ ଧରି ଚାଲିଥିଲା । ସମସ୍ତ କାର୍ଯ୍ୟକ୍ରମ କୋଭିଡ଼ କଟକଣା ମୁତାବକ ସାମାଜିକ ଦୂରତା ଅବଲମ୍ବନ ପୂର୍ବକ କରାଯାଇଥିବାବେଳେ କାର୍ଯ୍ୟକ୍ରମ ପରିଚାଳନାରେ କୋଷାଧ୍ୟକ୍ଷ ପ୍ରଦୀପ କୁମାର ସିଂହ, ପ୍ରତାପ ଚନ୍ଦ୍ର ଦାସ, ଜଗଦୀଶ ମଣ୍ଡଳ, ସାଂସ୍କୃତିକ ସଂପାଦକ ସୁଶାନ୍ତ ସିଂହ, ଲଳିତ କୁମାର ପଣ୍ଡା, କ୍ରୀଡ଼ା ସମ୍ପାଦକ ସୁଶୀଳ ଗହୀର, ଶୁଭ୍ରାଂଶୁ ସାହୁ, ସୁୁରୁ ବାରିକ, ଭୀମସେନ ସାହୁ, ଶଙ୍କର ବାବୁ, ମଳୟ ମୁଣ୍ଡ, ରାଜେନ୍ଦ୍ର ବେହେରା, ସୁରେଶ ଥାନାପତି ପ୍ରମୁଖ ସହଯୋଗ କରିଥିଲେ ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.