ଓୟୁଜେ କଳାହାଣ୍ଡି ଶାଖା ତରଫରୁ ଜାତୀୟ ପ୍ରେସ୍ ଦିବସ ପାଳନ

ଗଣତନ୍ତ୍ରରେ ଗଣମାଧ୍ୟମର କଣ୍ଟରୋଧ ଅଶୋଭନୀୟ

କଳାହାଣ୍ଡି: ଗଣତନ୍ତ୍ରରେ ଗଣମାଧ୍ୟମର କଣ୍ଟରୋଧ ଅଶୋଭନୀୟ । ସାମ୍ବାଦିକଟିଏ ନିର୍ଭିକ ଭାବରେ ସମ୍ବାଦ ପରିବେଷଣ ସହିତ ନିରପେକ୍ଷ ଖବର ପରିବେଷଣ କରିବା ଆବଶ୍ୟକ । ସାମ୍ବାଦିକତାରେ ଅନେକ ସଂଘର୍ଷ ରହିଥିବାବେଳେ ସାମ୍ବାଦିକର ଜୀବନ କିନ୍ତୁ ଆଜିବି ସୁରକ୍ଷିତ ନୁହେଁ । ରାଜ୍ୟ ସରକାର କଳାକାରଙ୍କୁ ଭତ୍ତା ଦେଉଥିବାବେଳେ ସାମ୍ବାଦିକଙ୍କୁ କେବଳ ବୀମାଟିଏ ଧରେଇ ଦେଇ ନିଜ ଦାୟିତ୍ୱରୁ ନିବୃତ୍ତ ରହିବା କେତେଦୂର ସମୀଚିନ । କଳାହାଣ୍ଡିର ଗଣମାଧ୍ୟମ ସବୁବେଳେ ଚର୍ଚ୍ଚାରେ ରହିଆସିଥାଏ ଆଜିବି ଅନେକ ନିଷ୍ଠାପର ସାମ୍ବାଦିକ ନିଜ ରେ ବାଜି ଲଗେଇ ସମ୍ବାଦ ପରିବେଷଣରେ ଆଗେଇ ଆସନ୍ତି । ବିଶ୍ୱମହାମାରୀ ବେଳେ ବି ସାମ୍ବାଦିକ ଚୁପ ବସିନାହିଁ ଭଳି ଅନେକ ବିଷୟ ଉପରେ ଆଜି ଜାତୟ ପ୍ରେସ ଦିବସ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଓୟୁଜେର ଶାଖା କଳାହାଣ୍ଡି ଜିଲ୍ଲା ସାମ୍ବାଦିକ ୟୁନିୟନ ତରଫରୁ ଭବାନୀପାଟଣାଠାରେ ଆୟୋଜିତ ହେଇଯାଇଛି ଜାତୀୟ ପ୍ରେସ ଦିବସ । ସଂଗଠନର ସଭାପତି ବରିଷ୍ଠ ସାମ୍ବାଦିକ କମ୍ବୁପାଣି ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥିଭାବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତ ଚରଣ ଦାସ, ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର କୁମାର ବିଶି,ସମ୍ମାନୀତ ଅତିଥି ସଂଗଠନର ରାଜ୍ୟ ସଂପାଦକ ଇଙ୍ଗିତ କୁମାର ପଣ୍ଡା, ସାମ୍ବାଦିକ ସାନ୍ତନୁ କୁମାର ବେହେରା, ବିଜୟ କୁମାର ଦ୍ୱିବେଦୀ ଯୋଗ ଦେଇଥିଲେ ।

Udyog Nursery
Udyogi Nursery

ପ୍ରାରମ୍ଭରେ କୋଭିଡ଼ ଯୁଦ୍ଧରେ ଜୀବନକୁ ବାଜି ଲଗେଇଥିବା ଦିବଂଗତ ସାମ୍ବାଦିକଙ୍କ ଆତ୍ମାର ସଦଗତି ନିମନ୍ତେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ ପରେ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇ ସଭା ଆରମ୍ଭ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ବିରଞ୍ଚି ନାରାୟଣ ଜାଲ ସ୍ୱାଗତ ଅଭିଭାଷ ପ୍ରଦାନ କରିଥିବାବେଳେ ସଂପାଦକ ସନ୍ତୋଷ କୁମାର ସିଂହଦେଓ ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ । ସାମ୍ବାଦିକ ହେମନ୍ତ ସାହୁ ଅତିଥି ପରିଚୟ ସହିତ ମଂଚ ପରିଚାଳନା କରିଥିଲେ ।

ଏହି ଅବସରରେ ପ୍ରତିଭା ସମ୍ମାନରେ ସାମ୍ବାଦିକ ଅଂଶୁମାନ ପାତ୍ର, ମନମୋହନ ପ୍ରଧାନ, ବିକାଶ ଷଡ଼ଙ୍ଗୀ ଓ କୋଭିଡ଼ ଯୋଦ୍ଧା ସମ୍ମାନରେ ଅଞ୍ଜନ କୁମାର ରଥ, ରାଜ କୂମାର ସିଂହଦେଓ, କୈଳାସ ଚନ୍ଦ୍ର ସାହୁ,ସାଉଲ ମଙ୍ଗରାଜଙ୍କୁ ଅତିଥିମାନେ ମାନପତ୍ର ଓ ଉପଢୌକନ ଦେଇ ସମ୍ମାନୀତ କରିଥିଲେ । ମାନପତ୍ର ପଠନ କରିଥିଲେ ଲିଙ୍ଗରାଜ ମିଶ୍ର,ଉତ୍ତମ କୁମାର ଦାସ, ଭଜଶ୍ୟାମ ସାହୁ, ସୁଧୀର ପ୍ରସାଦ ସାହୁ ପ୍ରମୁଖ । ପରିଶେଷରେ ଲିଙ୍ଗରାଜ ମିଶ୍ର ଧନ୍ୟବାଦାର୍ପଣ କରିଥିଲେ । ଏହି ଅବସରରେ ଓୟୁଜେର ମୁଖପତ୍ର କାରୁଣ୍ଡ ର ଆଗାମୀ ସଂଖ୍ୟା କଳାହାଣ୍ଡିର ବରପୁତ୍ରମାନଙ୍କୁ ନେଇ ପ୍ରକାଶ କରିବାକୁ ନିଷ୍ପତ୍ତି ହେବା ସହିତ ଏଥିନିମନ୍ତେ ଲେଖା ସଂଗ୍ରହ କରାଯିବ ବୋଲି ସୂଚନା ପ୍ରଦାନ କରାଯାଇ ସଭାସାଙ୍ଗ ହେଇଥିଲା ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.