ଡିଏଲଏସଏ ତରଫରୁ ଅନଲାଇନ ମାଧ୍ୟମରେ ଶିଶୁ ଦିବସ କାର୍ଯ୍ୟକ୍ରମ

ରାୟଗଡ: ଜିଲ୍ଳା ଆଇନ ସେବା ପ୍ରାଧିକରଣ (ଡିଏଲଏସଏ) ରାୟଗଡ ତରଫରୁ ଅନଲାଇନ ମାଧ୍ୟମରେ ଶିଶୁ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ରୂପରେ ବଚପନ ବିଦ୍ୟାଳୟ, ରାୟଗଡର ଛାତ୍ରଛାତ୍ରୀ ଏବଂ ସେବା ସମାଜ ଶିଶୁ ଯତ୍ନ କେନ୍ଦ୍ରର ଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ଭାରପ୍ରାପ୍ତ ଜିଲ୍ଳା ଓ ଦୈାରାଜଜ୍ ତଥା ଡିଏଲଏସଏ ଅଧ୍ୟକ୍ଷ ତିରରଂଜନ ପାତ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ନ୍ୟାୟାଧିକାରୀ, ଗ୍ରାମ୍ୟା ନ୍ୟାୟାଳୟ ଶ୍ରୀମତି ସୁବାଷିନି ବେହେରା, ସିନିୟର ସିିଭିଲ ଜଜ, ଶ୍ରୀମତି ଶତରୂପା ଶତପଥି, ପ୍ରଥମ ଶ୍ର୍ରେଣୀ ଦଣ୍ଡାଧିକାରୀ ଶୋଭନ କୁମାର ପଣ୍ଡା ଓ ମୁଖ୍ୟବକ୍ତା ରୂପରେ ଛାତ୍ରଛାତ୍ରୀମାନଙ୍କୁ ଶିଶୁ ମାନଙ୍କୁ ନିଜ ଛାତ୍ର ଜୀବନରେ କିପରି କଠିନ ପରିଶ୍ରମ କରି ବିଦ୍ୟା ଅଧ୍ୟୟନ କରିବେ ଓ ଶୃଙ୍ଖଳିତ ଆଚରଣ କରିବା ସହ ଗୁରୁଜନମାନଙ୍କୁ ସମ୍ମାନ କରିବେ,ବିଭିନ୍ନ ପଦ ପଦବୀରେ ପ୍ରତିଷ୍ଠିତ କରିବ ବା ଅନ୍ୟ ସତ ଉପାୟରେ ନିଜକୁ ନିୟୋଜିତ କରି ଏକ ଶୃଙ୍ଖଳିତ ସୁସ୍ଥ ସମାଜ ଗଠନ କରିବାରେ ସହାୟକ ହେବେ ସେ ବିଷୟରେ ଆଲୋଚନା କରି ଉତ୍ସାହିତ କରିଥିଲେ । ପରିଶେଷରେ ଜିଲ୍ଳା ଆଇନ ସେବା ପ୍ରାଧୀକରଣ ସଚିବ ମନୋରଂଜନ ମିଶ୍ର ଧନ୍ୟବାଦ ଅର୍ପଣ କରିବା ସହ ଏହି ଅନଲାଇନ କାର୍ଯ୍ୟକ୍ରମୁ ପରିଚାଳନା କରିଥିଲେ ।

ରାୟଗଡ଼ରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.