ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟିଲା କୁଣ୍ଡା ବୋଝେଇ ଟ୍ରକ

ରାମନାଗୁଡା: ରାୟଗଡା ଜିଲ୍ଲା ଗୁଣୁପୁର ଥାନା ରାମନାଗୁଡା ଫାଣ୍ଡି ସ୍ଥିତ ସଦର ଠାରୁ ୧ କିଲୋମିଟର ଦୂର ପାରୀକ୍ଷିତି ଘାଟି ୩୨୬ ନଂ ଜାତୀୟ ରାଜପଥ କଡରେ ସୋମବାର ମଧ୍ୟ ରାତ୍ରୀ ୧୨ ଟା ସମୟରେ ଏକ କୁଣ୍ଡା ପାଉଡର ବୋଝେଇ ଟ୍ରକ ରାସ୍ତା ପାର୍ଶ୍ୱରେ ଓଲଟି ପଡିଥିଲା।

AP16 TE 5747 ନଂ ବିଶିଷ୍ଟ ଟ୍ରକ ଟି କୁଣ୍ଡା ପାଉଡର ବୋଝେଇ କରି ଛତିଶଗଡ଼ ରାଜ୍ୟ ରାୟଗଡା ଠାରୁ ଆନ୍ଧ୍ରପ୍ରଦେଶ ସ୍ଥିତ ଭିମାଓରାମ ଯାଉଥିବା ଜଣାପଡିଛି। ଘାଟିରେ ଟ୍ରକ ଟି ତଳକୁ ଗଡ଼ିବା ସମୟରେ ବୁଲାଣି ପଡୁଥିବାରୁ ଟ୍ରକ ଟିର ଭାରସାମ୍ୟ ହରାଇ ମୁଖ୍ୟ ରାସ୍ତା କଡରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଟ୍ରକ ଡ୍ରାଇଭର ଜାଙ୍ଗାଲା ପୋଲାୟାଙ୍କ ଠାରୁ ପ୍ରକାଶ।

ଟ୍ରକ ଡ୍ରାଇଭର ଜାଙ୍ଗାଲା ପୋଲାୟାଙ୍କର ଦୁର୍ଘଟଣାରେ ବାମ ଗୋଡ଼ ଭାଙ୍ଗିଯାଇଥିବା ବେଳେ ହେଲପର ଜାଙ୍ଗାଲା ତାମିଙ୍କର ସାମାନ୍ୟ ଆଘାତ ହୋଇଥିବା ଜଣାପଡିଛି। ଡ୍ରାଇଭର ଓ ହେଲପର ଉଭୟଙ୍କୁ ୧୦୮ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ରାମନାଗୁଡା ଗୋଷ୍ଟି ସ୍ୱାସ୍ତ୍ୟ କେନ୍ଦ୍ର କୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଟ୍ରକ ଦୁର୍ଘଟଣା ଘଟିଥିବା ଖବର ପାଇ ରାମନାଗୁଡା ଫାଣ୍ଡି ଅଧିକାରୀ କୃତିବାସ ହରିଚନ୍ଦନ ଘଟଣା ସ୍ଥଳରେ ପହଞ୍ଚି ଅଧିକ ଅନୁସନ୍ଧାନ ଜାରି ରଖି ଏକ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

ରାମନାଗୁଡା ପ୍ରତିନିଧି ଦିଲୀପ କୁମାର ପଣ୍ଡାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.