କଳାହାଣ୍ଡି: ଆଜି ସକାଳୁ କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ତଥା ସାଲେପାଲି ପଂଚାୟତର ଝାଲିଆ ଗୋଭା ନଦୀ ଘାଟରୁ ଜଣେ ନବଜାତକ ଶିଶୁ ପୁତ୍ରର ମୃତଦେହ ମିଳିଛି। ସୂଚନା ମୁତାବକ ଝାଲିଆ ଗୋଭା ଗାଁର କିଛି ଲୋକେ ସକାଳୁ ନଦୀକୁ ଗାଧେଇବା ପାଇଁ ଯାଇଥିବା ବେଳେ ମୃତ ଦେହଟି ଘାଟ ପଥର ଦେହରେ ଲାଗି ରହିଥିଲା। ଉଦ୍ଧାର ମୃତ ଦେହଟି ଜଣେ ଶିଶୁ ପୁତ୍ରର ଏବଂ ଗୋଟିଏ ଦିନର ଶିଶୁ ଭଳି ଜଣା ପଡୁଛି। ଶିଶୁର ନାଭି ବି ପଡି ନାହିଁ। ତେବେ ମୃତ ଶିଶୁକୁ କେହି ନଦୀ ରେ ଫିଙ୍ଗିଛି କି ପାପ ଗର୍ଭକୁ ଲୁଚେଇବାକୁ ଏଭଳି କରା ଯାଇଛି ତାହା ତଦନ୍ତ ସାପେକ୍ଷ। ଖବର ପାଇ ମ.ରାମପୁର ଥାନାରୁ ପୋଲିସ ଘଟଣା ସ୍ଥଳକୁ ଯାଇଥିବା କହିଛନ୍ତି ଥାନାଧିକାରୀ ଗୋବିନ୍ଦ ଚନ୍ଦ୍ର ମାଝୀ।ଘଟଣାଟି ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।
କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in





