କମର୍ଦ୍ଧାଠାରେ ବୈଷୟିକ କପା ଚାଷ ତାଲିମ ଶିବିର ଅନୁଷ୍ଠିତ

ଲାଞ୍ଜିଗଡ଼(ଦୁଃଖିଶ୍ୟାମ ନାଗ): କଳାହାଣ୍ଡି ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧା ପଞ୍ଚାୟତଠାରେ ବୈଷୟିକ କପା ଚାଷ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ଼ ବ୍ଲକ ଆତ୍ମାର ଅଧ୍ୟକ୍ଷ ବିରାଜ ପନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ବ୍ଲକ କୃଷି ଅଧିକାରୀ ଚନ୍ଦ୍ର ମୋହନ ଚାନ୍ଦ, ସଂମ୍ମାନୀତ ଅତିଥି ଭାବେ କମର୍ଦ୍ଧା ସରପଞ୍ଚ କାନ୍ତି ପାତ୍ର, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ବ୍ଲକ ସହକାରୀ କୃଷି ଅଧିକାରୀ ହିରଣ୍ୟ ବାରିକ, କୃଷି ଅଧିକାରୀ ପ୍ରଭାକର ଧଳ, ଭାସ୍କର ମାଝୀ, ବିଶ୍ୱରଞ୍ଜନ ସେନାପତି, ଦୀପକ କୁମାର ଜେନା ପ୍ରମୁଖ ଯୋଗଦେଇ ଉପସ୍ଥିତ ଚାଷୀଙ୍କୁ ମାର୍ଗଦର୍ଶନ ଦେଇଥିଲେ।ଏହି ଅବସରରେ ଅଞ୍ଚଳର ୮୦ ରୁ ଅଧିକ ଚାଷୀଙ୍କୁ ଗୁଣାତ୍ମକ କପା ଚାଷ ଓ ସାର ପ୍ରୟୋଗ ଉପରେ ତାଲିମ ପ୍ରଦାନ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.