‘ଦେଶର ନାଗରିକଙ୍କ ମାନବାଧିକାର ସୁରକ୍ଷା ଦାୟିତ୍ୱ ସମସ୍ତଙ୍କର ରହିଛି’

●ଆମ୍ବେଦକର ବିକାଶ ପରିଷଦ ପାଳନ କଲା ବିଶ୍ବ ମାନବାଧିକାର ଦିବସ

ବାଲେଶ୍ବର, (କୃଷ୍ଣ କୁମାର ମହାନ୍ତି): ଆମ୍ବେଦକର ବିକାଶ ପରିଷଦ ପକ୍ଷରୁ ବିଶ୍ବ ମାନବାଧିକାର ଦିବସ ଫୁଲବଜାରସ୍ଥିତ ନିକାହ ମହଲ ମଣ୍ଡପରେ ପାଳିତ ହୋଇଯାଇଛି। ସମାଜସେବୀ ସଲିମ ରାଜାଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ପଞ୍ଚାନନ ପରିଡ଼ା, ଅବସରପ୍ରାପ୍ତ ପ୍ରଫେସର୍ ଶତ୍ରୁଘ୍ନ ମଲ୍ଲିକ, ପର୍ଶୁରାମ ପ୍ରଧାନ, ଅଭୟ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରତ୍ୟେକଙ୍କ ଜୀବନ ଧାରଣ ପାଇଁ ମୌଳିକ ଅଧିକାରକୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ସାମୁହିକ ଉଦ୍ୟମର ଆବଶ୍ୟକତା ରହିଛି ବୋଲି କହିଥିଲେ।


ଦେଶର ନାଗରିକଙ୍କ ମାନବାଧିକାର ରକ୍ଷା ପାଇଁ ରାଜନୈତିକ, ପ୍ରଶାସନିକ, ବିଚାରବିଭାଗ, ଗଣମାଧ୍ୟମ ଓ ସାମାଜିକ ସଂଗଠନମାନଙ୍କ ଗୁରୁଦାୟିତ୍ଵ ରହିଥିବା ବକ୍ତାମାନେ ସେମାନଙ୍କର ବକ୍ତବ୍ୟରେ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜୟ ପୃଷ୍ଟି, ଲକ୍ଷ୍ମଣ ବେହେରା, ଗଗନ ପାତ୍ର, ପ୍ରଭାକର ବେହେରା, ଜୟନ୍ତ କୁମାର ସେଠୀ, ଶେଖ ଅବଦୁଲ ଖାଲିଦ, ଅଶୋକ କବି, ମହମ୍ମଦ ଇନାୟତ ଅଲ୍ଲୀ ଖାନ୍, ବସନ୍ତ କୁମାର ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ସମାଜସେବୀ ସେଖ ଆୟୁବ ଶେଷରେ ଧନ୍ୟବାଦ ଜ୍ଞାପନ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.