ବେହେରେନସିଲ ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସକ୍ଷମ ବେଟିୟା ଅଭିଯାନ

ଜୟପାଟଣା: ସାଧାରଣତନ୍ତ୍ର ଦିବସ ଅବସରରେ ଜୟପାଟଣା ବ୍ଲକ ଘଣ୍ଟିଗୁଡା କ୍ଳଷ୍ଟର ସିଆରସି ମାନସିଂହ ଶବରଙ୍କ ତତ୍ତ୍ଵ ବିଧାନରେ ବେହେରେନସିଲ ଆଦର୍ଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ଜନ ସଚେତନତା କାର୍ଯ୍ୟକ୍ରମ ‘ସକ୍ଷମ ବେଟିୟା ଅଭିଯାନ’ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରଘୁନାଥ ଶୁନାନୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିଲୋଚନ ନାଏକ, କୋଣ୍ଡିଗୁଡା ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପିତାମ୍ବର ଶବର, ଅଙ୍ଗନବାଡ଼ି କର୍ମୀ ବୈଜୟନ୍ତି ନାଗ, ତପସ୍ବିନୀ ବେଶ୍ରା, ଆଶାକର୍ମୀ ଶ୍ରୀମତୀ କୁମାର, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଦିଗାମ୍ବର ବାଗ, ମାନସ ରଞ୍ଜନ ବେହେରା, ଦଲେଇ ବେହେରା, ଗୋରାଙ୍ଗ ସାହୁ ପ୍ରମୁଖ ଏହି ଅଭିଯାନରେ ସାମିଲ ଗ୍ରାମ ପରିକ୍ରମା କରିଥିଲେ।


ଏହି ପରିକ୍ରମା ସମୟରେ ‘ମେରି ବେଟି ମେରା ପେହେଚାନ୍’ ଶ୍ଳୋଗାନ ଦେଇ ଗ୍ରାମ ପରିକ୍ରମା କରିଥିଲେ। ଏହାର ମୁଳ ଳକ୍ଷ ହେଲା କୋୖଣସି ଝିଅ ଅପାଠୁଆ ରହିବେ ନାହିଁ। ଶେଷରେ ଶିକ୍ଷକମାନେ ଅଭିଭାବକ ମାନଙ୍କୁ ସକ୍ଷମ ବେଟିୟା ସମ୍ପର୍କରେ ବୁଝାଇ ଥିଲେ।

କଳାହାଣ୍ଡି ଜିଲ୍ଲା ଜୟପାଟଣା ପ୍ରତିନିଧି ଧନେଶ୍ଵର ପୁଞ୍ଜିଙ୍କ ରିପୋର୍ଟ OdiaBarta.in

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.