ବାପୁଜୀ ହାଇସ୍କୁଲର ୧୯୮୬ ମାଟ୍ରିକ ବ୍ୟାଚ ବନ୍ଧୁମିଳନ

ମାଟ୍ରିକ ଟପ୍ପରଙ୍କୁ ପୁରସ୍କୃତ କରିବାକୁ ପୁରାତନ ଛାତ୍ରଙ୍କ ନିଷ୍ପତ୍ତି

କଳାହାଣ୍ଡି: ପଶ୍ଚିମ ଓଡିଶାର ଅନ୍ୟତମ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ତଥା କର୍ଲାମୁଣ୍ଡା ବ୍ଲକର ପ୍ରଥମ ହାଇସ୍କୁଲ ବାପୁଜୀ ସରକାରୀ ଉଚ୍ଚ ବିଦ୍ୟାଳୟ ରିଷିଡାର ହୃତ ଗୌରବ ଫେରାଇଆଣିବାକୁ ଅଣ୍ଟାଭିଡିଛନ୍ତି ପୁରାତନ ଛାତ୍ର ମାନେ। ଏହି ବିଦ୍ୟାଳୟର ୧୯୮୬ ମାଟ୍ରିକ ବ୍ୟାଚ ସହପାଠୀ ମାନଙ୍କସହ ଏକ ବୈଠକ ବିପିନ ବିହାରୀ ପଦାନଙ୍କ ଅଧ୍ୟକ୍ଷତାରେ ଶ୍ରୀ ଅରବିନ୍ଦ ଆଶ୍ରମ ମାତୃପୁରୀ ଠାରେ ଅନୁଷ୍ଠିତ ହୋଇଯାଇଛି। ଇହଧାମରେ ନଥିବା ଶିକ୍ଷକ ଓ ଛାତ୍ରଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଜଣାଇବାପରେ ବିଦ୍ୟାଳୟର ସମସ୍ୟା ନେଇ ଆଲୋଚନା କରାଯାଇଥିଲା।ଜୟଦ୍ରଥ ଚୌଧୁରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ବର୍ତ୍ତମାନ ବିଦ୍ୟାଳୟର ଛାତ୍ର ସଂଖ୍ୟା ହ୍ରାସ ପାଉଥିବାରୁ ଉଦବେଗ ପ୍ରକାଶ କରାଯାଇ ଚଳିତବର୍ଷ ମାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧିତ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଏଥିରେ ଶିବଲାଲ କେଡିଆ, ଗୌରକିଶୋର ରଣା, ବିଭୂତିଭୂଷଣ ସେଠ, ମହେଶ୍ୱର ଧଳ, ଜୈମିନୀ ମାଝୀ, ଅକ୍ଷୟ ଷଡଙ୍ଗୀ, ମାନସ ପତି, ନବକୃଷ୍ଣ ସାହୁ, ବସୁଦେବ ସାହୁ ଦେବହରି ଛତ୍ରିଆ, ସୁରେନ୍ଦ୍ର ନନ୍ଦ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ଗାରିମା ରକ୍ଷା କରିବା ପାଇଁ ଆମେ ସଂକଳ୍ପ ବୋଲି ଘୋଷଣା କରିଥିଲେ। ଏଥିରେ ଭବାନୀପାଟଣା, ଖଡିଆଳ ଓ ବଲାଙ୍ଗୀର ଅଞ୍ଚଳରୁ ବହୁ ପୁରାତନ ଛାତ୍ର ଯୋଗଦେଇଥିଲେ। ବିଭୂତିଭୂଷଣ ସେଠ ଧନ୍ୟବାଦ ଅର୍ପଣ କରିଥିଲେ।

କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.