ଜିଲ୍ଲା ପରିଷଦ ଜୋନ ୨ ଉପନିର୍ବାଚନ: ଅବନୀ ଯୋଶୀ ବିଜେଡି ପ୍ରାର୍ଥୀ

ନୂଆପଡା: ନୂଆପଡା ଜିଲ୍ଲା କୋମନା ବ୍ଲକ ଜୋନ ନମ୍ବର ୨ରେ ଆସନ୍ତା ଫେବୃଆରୀ ୨୪ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ। ଏଥି ପାଇଁ ଜାନୁଆରୀ ୨୮ତାରିଖ ପ୍ରାର୍ଥୀପତ୍ର ଦାଖଲ ହେବ। ଏହି ଉପ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ପକ୍ଷରୁ ରାଜ୍ୟ ଯୁଗ୍ମ ସମ୍ପାଦକ (ଗ୍ରାମ୍ୟ ବିକାଶ ) ଅବନୀ ରଞ୍ଜନ ଯୋଶୀଙ୍କୁ ନିଜର ପ୍ରାର୍ଥୀ ଘୋଷଣା କରିଛି।


ଏନେଇ ନୂଆପଡା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ କାର୍ଯ୍ୟାଳୟରେ ନୂଆପଡା ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଜେଡି ଜିଲ୍ଲା ସଭାପତି ମନୋଜ ମିଶ୍ର, ଜିଲ୍ଲା ପରିଷଦ ଅଧକ୍ଷା ନମିତା ପ୍ରଧାନ, ଉପାଧ୍ୟକ୍ଷା ଭାନୁ ମାଝୀ, ଜିଲ୍ଲା ପରିଷଦ ସଭ୍ୟ ଲମ୍ବୋଦର ନିଆଲ, ଯୁବ ବିଜେଡି ଜିଲ୍ଲା ସଭାପତି ହରିଶଚନ୍ଦ୍ର ପଣ୍ଡା (ଟିଟୁ ), ବରିଷ୍ଠ ନେତା ସରୋଜ ସାହୁ, କ୍ଷିତୀଶ ବୋଧଙ୍କର, ମହେଶ ନିଆଲ, ସୁଧୀର ମିଶ୍ର, ସଦର ବ୍ଲକ ସଭାପତି ରମାକାନ୍ତ ସିଂ ଠାକୁର, ସେଫାଳି ସେଲମା, ଫୁଗଲୁ ସୁନାନୀ, ଯୁବ ବିଜେଡି କୋମନା ବ୍ଲକ ସଭାପତି ମୁରଲୀ ଭୋଇ, ଯୁବନେତା ବିଲାଲ ଭାଇ ପ୍ରମୁଖ ଉପସ୍ଥିତ ଥିଲେ।

ନୂଆପଡା ଜିଲ୍ଲା ପ୍ରତିନିଧି ମହେନ୍ଦ୍ର ବାଗ (ରାହୁଲ)ଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.