OBC ST SC ମିଳିତ ସାମୁଖ୍ୟ ପାଇଁ ପ୍ରସ୍ତୁତି ବୈଠକ

କୋକସରା, (ହିରଣ୍ୟ ବେହେରା): ଭାରତୀୟ ସମ୍ବିଧାନ ସମାଜର ପ୍ରତ୍ୟେକ ବିଭାଗର କଲ୍ୟାଣ ଓ ସଂରକ୍ଷଣ ଭାବନା ଉପରେ ନିହିତ। ସମ୍ବିଧାନରେ ଦର୍ଶାଯାଇଥିବା ଆଦର୍ଶ ଓ ମୂଲ୍ୟବୋଧ ପ୍ରତି ଆମର ପ୍ରତିବଦ୍ଧତାକୁ ସୁନିଶ୍ଚିତ କରି ଦେଶ ଓ ରାଜ୍ୟ ର ପ୍ରଗତିରେ ସହଯୋଗ କରିବା ଆମର ଦାୟିତ୍ୱ। ୭୨ତମ ଗଣତନ୍ତ୍ର ଦିବସରେ ଏହି ମନ୍ତ୍ରକୁ ପାଥେୟ କରି ଧର୍ମଗଡ଼ ବ୍ଲକ ସଂଦିକୂଳେର ଆମ୍ବ ବଗିଚାରେ ଓବିସି, ଏସଟି, ଏସସି, ସମାଜର ସଚେତନ ଯୁବକ ମାନଙ୍କୁ ନେଇ କେତେକ ଉଦୀୟମାନ ଯୁବକଙ୍କ ଆବାହନ କ୍ରମେ ମିଳିତ ସାମୁଖ୍ୟ ଗଠନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି ବୈଠକରେ ଅସ୍ଥାୟୀ ସଭାପତି ଭାବେ ଡ଼ାକେଶ୍ୱର ଲହଜଲ ସଭାପତିତ୍ୱ କରିଥିବା ବେଳେ ଶ୍ରୀ ଦୁରିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଭାରେ ଉପସ୍ଥିତ ଶିକ୍ଷିତ, ସଚେତନ, ଓ ବିଦ୍ୱାନ, ସଂଗ୍ରାମୀ, ଯୁବକ ମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ। ଏହି କ୍ରମରେ ମିଳିତ ସାମୁଖ୍ୟ ଦ୍ୱାରା ଏଟ୍ରୋସିଟି ଭଳି ଏକ୍ଟକୁ ମଧ୍ୟ୍ୟ ହସ୍ତକ୍ଷେପ କରି ଜାତି ଜାତି ମଧ୍ୟରେ ତିକ୍ତତାକୁ ଏଡେଇ ଦେଇ ପାରିବା ବୋଲି ମତ ପ୍ରକାଶ କରିଥିଲେ ଆଦିତ୍ୟ ହଂସ ଯାଦବ। ସମସ୍ତେ ମିଳି ମିଶି ଅଧିକାର, ଆରକ୍ଷଣ, ଓବିସି ଜନଗଣନା, ପାଇଁ ଲଢ଼ିବାକୁ ହେବ ବୋଲି ମତପ୍ରକାଶ କରିଥିଲେ।

Udyog Nursery
Udyogi Nursery

ଅନେକଙ୍କ ମତରେ ଏହା ଐତିହାସିକ ଆଲୋଚନା, ଲୋକଙ୍କ ମାନସିକ ପରିବର୍ତନର ଆବଶ୍ୟକତା, ଏହି ସଂଘଠନ ଉଦେଶ୍ୟ ମହାନ କିନ୍ତୁ ପୂରଣ କରିବାକୁ ହେଲେ ଆମକୁ ଏକ ଜୁଟ ହୋଇ ସଂଘର୍ଷ କରିବାକୁ ହେବ ବୋଲି ସମସ୍ତେ ମତାମତ ଦେଇଥିଲେ।

ଏହି ଅବସରରେ ପନ୍ଦର ଜଣିଆ ସଂଯୋଗୀ କରଣ ଓ ସଚେତନ କମିଟି ଗଠନ ହୋଇ ଥିଲା। ଲବଣି ଯାଦବ, ଲିଙ୍ଗରାଜ ବେହେରା, ଆଦିତ୍ୟ ହଂସ, ଶ୍ୟାମ ନାଏକ, ଲୋକେଶ୍ୱର ପାରି , ଡାକେ ଲହଜଲ, ଚିତ୍ରସେନ ଗୋପାଳ, ତୁଲମଣି ନାଗ, କୃଷ୍ଣ ପୂଝାରୀ, ଅଜୟ ପୂଝାରୀ, ଭାରତ ବିଶି,ଲକ୍ଷଜ୍ୟୋତି ଜାଲ,ଦେବାରଚନ ସେଠିଆ, ଜୟଦ୍ରଥ ମହାନନ୍ଦ, ନୌଜଳ କୁମାର ବାଗ, ପ୍ରମୁଖ ଏହି କମିଟି ପାଇଁ ମନୋନୀତ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.