ମୁଖ୍ୟ ଅତିଥି ଭାବେ ଯୋଗଦେଲେ ଧର୍ମଗଡ ବିଧାୟକ ମୌଷଧି ବାଗ
ଧର୍ମଗଡ: ବ୍ଲକ ସ୍ତରୀୟ ଟେଣ୍ଟ ହାଉସ ମାଲିକ ସଂଘର ସାଧାରଣ ସଭା ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଅଛି। ମଦନ ମୋହନ ଜୈନଙ୍କ ଅଧକ୍ଷତା ରେ ଆୟୋଜିତ ଉକ୍ତ ବୈଠକରେ ମୁଖ୍ୟଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ ଯୋଗଦେଇ କରୋନା ମହାମାରୀ ସମୟରେ ଟେଣ୍ଟ ମାଲିକମାନେ ଅଧିକ କ୍ଷତିଗ୍ରସ୍ତ ସୋଇଥିବା ଉପରେ ଆଲୋକପାତ କରିଥିଲେ।
ଟେଣ୍ଟ ହାଉସର ମୂଖ୍ୟ ଅସ୍ତ୍ର ବାଉଁଶ ଅଭାବ ହେଉଥିବାରୁ କେମିତି କ’ଣ କଲେ ଆମେ ବାଉଁଶ ପାଇ ପାରିବୁ ସେନେଇ ବ୍ୟବସ୍ଥା କରିବାକୁ ଟେଣ୍ଟ ମାଲିକ ସଂଘ ବିଧାୟକଙ୍କୁ ଅନୁରୋଧ କରିଥିଲେ। ରାମ ମେହେର ମଞ୍ଚ ପରିଚାଳନା କରିଥିବା ବେଳେ ଅନିରୁଦ୍ଧ ଲହଜଳ ଧନ୍ୟବାଦ ଅର୍ପଣ କରିଥିଲେ।
ଧର୍ମଗଡ ଉପଖଣ୍ଡ ପ୍ରତିନିଧି ଲବଣୀ ରାଉତଙ୍କ ରିପୋର୍ଟ OdiaBarta.in