ପାନୀୟ ଜଳ ଯୋଗାଣ ନେଇ ଜିଲ୍ଲାପାଳ ଓ ବିଡିଓଙ୍କୁ ଲିଖିତ ଅଭିଯୋଗ

ଲାଞ୍ଜିଗଡ଼: ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ଲାଞ୍ଜିଗଡ଼ ଆଶ୍ରମପଡା ବାସିନ୍ଦା। ଆଜିକୁ ୧୦ ବର୍ଷ ଧରି ପଡାବାସୀ ପାନୀୟ ଜଳ ଯୋଗାଣରୁ ବଞ୍ଚିତ ଅଛନ୍ତି। ଏ ନେଇ ବ୍ଲକ ଓ ପଞ୍ଚାୟତକୁ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ସୁଫଳ ମିଳୁନଥିବା ପଡ଼ାବାସୀ ପ୍ରକାଶ କରିଛନ୍ତି। ଗୁରୁବାର ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ଲିଖିତ ଅଭିଯୋଗ କରିବା ସହ କଳାହାଣ୍ଡି ଜିଲ୍ଲା ପାଳଙ୍କୁ ପୋଷ୍ଟାଲ ମାଧ୍ୟମରେ ଚିଠି କରିଥିବା ଶ୍ରୀନିବାସ ଚଣ୍ଡୀ, ମୋହନ ମୁଣ୍ଡା, କ୍ଷମା ସାଗର ବଗର୍ତ୍ତି ଓ ମୁକେଶ ମୁଣ୍ଡା ପ୍ରମୁଖ ପ୍ରକାଶ କରିଛନ୍ତି।

Omkar Vasthu
Omkar Vasthu

ସୂଚନା ମୁତାବକ ଲାଞ୍ଜିଗଡ ଆଶ୍ରମପଡ଼ାରେ ଆଜିକୁ ୧୦ ବର୍ଷ ହେଲା ପାନୀୟ ଜଳ ମିଳୁନଥିବାରୁ ଲୋକେ ନାଇ ନଥିବା ଅସୁବିଧା ଭୋଗୁଛନ୍ତି। ଏହି ପଡ଼ାରେ ପ୍ରାୟ ୮୦ରୁ ଉର୍ଦ୍ଧ୍ବ ପରିବାର ବସବାସ କରୁଥିବା ବେଳେ ପ୍ରାୟ ୪୦୦ ଶହରୁ ଉର୍ଦ୍ଧ ଜନସଂଖ୍ୟା। ଏମାନେ ଅଧିକାଂଶ ଆଦିବାସୀ ଓ ମୁଣ୍ଡା ସମ୍ପ୍ରଦାୟର। କୁଲି ମଜୁରୀ କରି ପରିବାର ପ୍ରତିପୋଷଣ କରିଥାନ୍ତି।ଏହି ପଡାବାସୀଙ୍କୁ ପାନୀୟ ଜଳ ପାଇଁ ବଂଶୀଧାରା ନଦୀରୁ ପାଇପ ଯୋଗେ ଜଳ ଯୋଗାଇ ଦେବାକୁ ୨୦୧୦ ମସିହାରେ ପାଇପ ବିଛାଯାଇ ଥିଲା। କିନ୍ତୁ ତାହା ଆଜି ପର୍ଯ୍ୟନ୍ତ ପଡିରହିଛି। ପଡ଼ାରେ ନଳକୂପ ଦୁଇଟି ଥିଲେ ମଧ୍ୟ ସେଥିରୁ ଗୋଟିଏ ଅଚଳ ରହିଥିବା ବେଳେ ଆଉ ଗୋଟିକରେ କାର୍ବନ ପାଣି ବାହାରୁଛି। ପଡ଼ାବାସୀ ପାନୀୟ ଜଳ ପାଇଁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ୨୦୧୦ ମସିହାରେ ଲାଞ୍ଜିଗଡ଼ ନିକଟରେ ଥିବା ବଂଶୀଧାରା ନଦୀରୁ ପାନୀୟ ଜଳ ଯୋଗାଣ ପାଇଁ ଲାଞ୍ଜିଗଡ଼ ସହରକୁ ପାଇପ ବିଛା ଯାଇଛି। ସେହି ସମୟରେ ଆଶ୍ରମ ପଡାକୁ ମଧ୍ୟ ପାଇପ ବିଛା ଯାଇଥିଲା। କିନ୍ତୁ ୧୧ ବର୍ଷ ହେଲା ପାନୀୟ ଜଳ ଯୋଗାଣ ହୋଇ ପାରୁ ନାହିଁ। ଯାହା ଫଳରେ ପାଣି ମୁନ୍ଦାଏ ପାଇଁ ବଡପଡାବାସୀ ଡହଳ ବିକଳ ହେଉଛନ୍ତି।

Pearl dental clinic
Near Ashish Medical Store, Bhawanipatna

କଳାହାଣ୍ଡି ଜିଲ୍ଲା ପ୍ରତିନିଧି କ୍ଷମାନିଧି ମହାକୁଡ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ରୁ ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.