କନ୍ୟା ଯାତ୍ରୀ ଗାଡି ଓଲଟି ୩ ମୃତ ଘଟଣା: ଗାଁରେ ଶୋକାକୂଳ ପରିବେଶ

ମୋହନା, (ଏସ୍. ତ୍ରିପାଠୀ): ଗଜପତି ଜିଲ୍ଲା ରା. ଉଦୟଗିରି ପଞ୍ଚାୟତ ଅନ୍ତର୍ଗତ କଙ୍କଡ଼ାଗୁଡ଼ା ବୁଲାଣିରେ ବରଘରକୁ କନ୍ୟାଯାତ୍ରୀ ଧରି ଯାଉଥିବା ଏକ ୪୦୭ ମିନିଟ୍ରକ (ଓଆର୦୨ କେ୫୮୬୫) ଓଲଟି ପଡିବାରୁ ଘଟଣାସ୍ଥଳରେ ଗାଡ଼ି ତଳେ ଚାପି ହୋଇ ୨ଜଣଙ୍କ ମୃତ୍ୟୁ ହୋଇଥିଲା। ମୃତକମାନେ ହେଲେ ଯାମଡ଼ିହ ଗ୍ରାମର ଜୟନ୍ତ ଦଳବେହେରା ଓ ଗାୟତ୍ରୀ ରଇତ।

ଅନ୍ୟପକ୍ଷରେ ବ୍ରହ୍ମପୁର ବଡ଼ ମେଡ଼ିକଲରେ ଚିକିତ୍ସିତ ଅବସ୍ଥାରେ ୫ ବର୍ଷର ନାବାଳିକା ଝିଅ ଗାୟତ୍ରୀ ମଣ୍ଡଳ ମୃତ୍ୟୁବରଣ କରିଥିଲେ । ଗ୍ରାମରେ ଶବ ପହଞ୍ଚିବାପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ଏଭଳି ଦୁଃଖଦ ଘଟଣାରେ ଆଖପାଖ ଗ୍ରାମର ଲୋକେ ମ୍ରିୟମାଣ ହୋଇ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ମୃତ୍ୟୁବରଣ କରିଥିବା ପରିବାରଙ୍କୁ ସାନ୍ତ୍ଵନା ଦେବାପାଇଁ ଗାଁରେ ପହଞ୍ଚିଥିଲେ ମୋହନା ବ୍ଲକ ଅଧ୍ୟକ୍ଷା ସୁକି ଶବର, ବ୍ଲକ ବିଜେଡ଼ି ସଭାପତି ରଞ୍ଜିବ ଶବର ଓ ଆଦିବାସୀ ନେତା ରାମ ଦଳବେହେରା।


ଅପରପକ୍ଷେ ବ୍ରହ୍ମପୁର ମେଡିକାଲରେ ଚିକିତ୍ସିତ ହେଉଥିବା  ଆହତମାନଙ୍କ ପାଖରେ ମୋହନା ବିଡିଓ ବଂଶୀଧର ଖୋସ୍ଲା , ସାଂସଦ ଚନ୍ଦ୍ରଶେଖର ସାହୁ, ବ୍ଲକ ସହକାରୀ ଯନ୍ତ୍ରୀ ଜଗବନ୍ଧୁ ଆଚାର୍ଯ୍ୟ ପହଞ୍ଚି ଆଶ୍ଵସନା ଦେବା ସହ ଆରୋଗ୍ୟ କାମନା କରିଥିଲେ। ବିଡିଓ ଶ୍ରୀ ଖୋସ୍ଲା ଗୁରୁତର ଆହତ ୮ ଜଣ ରୋଗୀଙ୍କୁ ଅଧିକ ଚିକିତ୍ସା ନିମନ୍ତେ କଟକ ମେଡ଼ିକାଲ ନେବାପାଇଁ ଗ୍ରସ୍ତ ଖର୍ଚ୍ଚ ବାବଦକୁ ପରିବାରବର୍ଗଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିଥିଲେ। 
 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.