ସାହିତ୍ୟିକ କବି ବନ୍ଧୁ ପରିବାର ଆନୁକୁଲ୍ୟରେ ମହାବିଷୁବ ଆସର

ବାଲେଶ୍ଵର: ପବିତ୍ର ପଣା ସଂକ୍ରାନ୍ତିର ଶୁଭ ଅବସରରେ ସାହିତ୍ୟିକ କବି ବନ୍ଧୁ ପରିବାରର ପକ୍ଷରୁ ନବବର୍ଷର ଶୁଭେଚ୍ଛା ସହ ମହାବିଷୁବ ସଂକ୍ରାନ୍ତି ଉପରେ ଲିଖିତ କବିତା ଆସର ଓ ସାହିତ୍ୟ ଆଲୋଚନା ଚକ୍ର ଭର୍ଚୁଆଲ ମୋଡରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟାପକ ତଥା ଲୋକସଂସ୍କୃତି ଗବେଷକ ଡକ୍ଟର ଅଜିତ କୁମାର ବେହେରା ଯୋଗଦେଇ ସାହିତ୍ୟିକମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ପାଦିକା ପ୍ରଣତି ମହାପାତ୍ର ପ୍ରାରମ୍ଭିକ ମଙ୍ଗଳ ସଂଗୀତ ଗାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଡ଼ଃ ବେହେରାଙ୍କ ସମେତ ସୁସାହିତ୍ୟିକ ବିଶ୍ଵେଶ୍ଵର ମାଝୀ ଓ ତେଲେଙ୍ଗାନାର ବୈଜ୍ଞାନିକ ଅଧିକାରୀ ଅରୁଣ କୁମାର ମହାପାତ୍ର ନିଜ ନିଜର ଅବିଭାଷଣ ମାଧ୍ୟମରେ ସାହିତ୍ୟର ବିବିଧ ଦିଗ ଉପରେ ଆଲୋକପାତ କରିଥିଲେ। ସଞ୍ଜୟ କୁମାର ସାହୁ ସଭା କାର୍ଯ୍ୟ ପରିଚାଳନା କରିଥିବା ବେଳେ କବିତା ଆସରକୁ ସଂଯୋଜନା କରି ଥିଲେ ରଞ୍ଜନ କୁମାର ମହାନ୍ତି।


ଉକ୍ତ ବିଷୁବ ଆସରରେ ଶିବାନନ୍ଦ ବାରିକ, ବାସନ୍ତୀଲତା ଜେନା, ପ୍ରଶାନ୍ତ କୁମାର ହୋତା, ବିନୋଦିନୀ ଦାଶ, ଗଗନ କୁମାର ଦାସ, ନିରଞ୍ଜନ ବେହେରା, ସଞ୍ଜୟ ସାହୁ, ବିଜୟ କୁମାର ସ୍ଵାଇଁ, ତପନ କୁମାର ବିଶ୍ଵାଳ, ନନ୍ଦନୀ ରାଉତ, ବୈଜୟନ୍ତୀ ସାହୁ, ରଞ୍ଜନ ମହାନ୍ତି, ପ୍ରଫୁଲ୍ଲ କୁମାର ଦାସ, ଗୀତା ପୁରୀ, ସାଗର ପରିଡ଼ା, ନଗେନ୍ଦ୍ର ରାଉତ, ଅନାମ ଚରଣ ସାହୁ, ପ୍ରଫୁଲ୍ଲ ଚନ୍ଦ୍ର ପାଢୀ ପ୍ରମୁଖ କବି କବୟତ୍ରୀ ଅଂଶ ଗ୍ରହଣ କରିଥିଲେ। ବିଶ୍ଵେଶ୍ଵର ମାଝୀଙ୍କ ଶାନ୍ତିପାଠ ଓ ସାଗର କୁମାର ପରିଡ଼ାଙ୍କ ଧନ୍ୟବାଦ ଅର୍ପଣ ପରେ ଆଲୋଚନା ଚକ୍ରର ସମାପ୍ତି ଘୋଷଣା ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.