ପ୍ରାଧ୍ୟାପକ ଡ଼ଃ. ସେକ କାଲିମୁଲ୍ଲା ପାଇଲେ ମର୍ଯ୍ୟାଦାଜନକ ଦୟାନିଧି ପ୍ରତିଭା ସମ୍ମାନ

କଟକ: ବିଶିଷ୍ଟ ଶିକ୍ଷାବିତ, ସମାଜସେବୀ, ସୁଲେଖକ ପ୍ରାଧ୍ୟାପକ ଡ଼ଃ. ସେକ କାଲିମୁଲ୍ଲା ସେବା, ସମାଜ ସଂସ୍କାର, କଳା, ସାହିତ୍ୟ, ସଂସ୍କୃତିର ବିକାଶ ଆଦି ଅନେକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୟାନିଧି ପ୍ରତିଭା ସମ୍ମାନରେ ସମ୍ମାନିତ ହୋଇଛନ୍ତି। କଟକ ସଦର ବୟାଳିଶମୌଜ଼ାର ସାମାଜିକ ସଂଗଠନ “ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ” ଓ “ଆନନ୍ଦ ନୃସିଂହ ସ୍ମୃତି ପୂଜ୍ୟପୂଜା ସଂସଦ” ପକ୍ଷରୁ ପଟଣା କାର୍ଯ୍ୟାଳୟରେ ନିରାଡ଼ମ୍ବର ଭାବେ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୬ତମ ଶ୍ରାଦ୍ଧବର୍ଷିକ ଓ ଶ୍ରଦ୍ଧାଞ୍ଜଳି ସଭା ପାଳିନ ଅବସରରେ ଡ଼ଃ. ସେକ କାଲିମୁଲ୍ଲାଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ସଭାପତି ଇଂ. ଅଶୋକ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି, ସାଂସ୍କୃତିକ ସମ୍ପାଦକ ରୁଦ୍ରନାରାୟଣ ଦାଶ, ହରିବନ୍ଧୁ ଆଚାର୍ଯ୍ୟ, ସରୋଜ ନଳିନୀ ପରିଜା, ସମାଜସେବୀ ବିନୋଦ ବେହେରା, ରମେଶ ମଲ୍ଲିକ, ପ୍ରଭାତ ଖଟୁଆ, ଅଶୋକ ପଟ୍ଟନାୟକ, ସରୋଜ ଲେଙ୍କା, ଅଜୟ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.