ତୃତୀୟ ପର୍ଯ୍ୟାୟ ଟିକାକରଣ: ଜାଣନ୍ତୁ କିପରି କରିବେ ଅନଲାଇନରେ ନାମ ପଞ୍ଜିକରଣ

ଭୁବନେଶ୍ୱର: ଓଡ଼ିଶାରେ ମେ ପହିଲାରୁ ତୃତୀୟ ପର୍ଯ୍ୟାୟ କୋଭିଡ ଟିକାକରଣ ଆରମ୍ଭ ହେବ। ୧୮ବର୍ଷରୁ ଉର୍ଦ୍ଧ୍ବ ଲୋକ ଏହା ନେଇପାରିବେ। ଅପ୍ରେଲ ୨୪ ତାରିଖରୁ ଟିକାକରଣ ପାଇଁ ପଞ୍ଜିକରଣ ହେବ। ଇଚ୍ଛୁକ ବ୍ୟକ୍ତି ମାନେ ଏଥିପାଇଁ ଅନଲାଇନ ନାମ ପଞ୍ଜିକରଣ କରିପାରିବେ। ତେବେ ଟିକା ପାଇଁ କିପରି ନାମ ପଞ୍ଜୀକରଣ କରିବେ ଆସନ୍ତୁ ଜାଣିବ।

ପ୍ରଥମେ cowin.gov.inକୁ ଯାଇ ସେଠାରେ ରୋଜିଷ୍ଟର ବିକଳ୍ପରେ କ୍ଲିକ୍ କରନ୍ତୁ। ପରେ ସେଠାରେ ନିଜର ମୋବାଇଲ ନମ୍ବର ଦିଅନ୍ତୁ। ଏହାପରେ ଆପଣଙ୍କ ମୋବାଇଲକୁ ଏକ OTP ଯିବ। ସେହି OTPକୁ ପୋର୍ଟାଲରେ ଦେଇ VERIFYରେ କ୍ଲିକ୍ କରନ୍ତୁ। ଏହାପରେ ଟିକା ପଞ୍ଜୀକରଣ ପାଇଁ ଫର୍ମ ଆସିବ। ସେଠାରେ ନାମ, ବୟସ ଓ ନିଜ ସମ୍ପର୍କିତ ତଥ୍ୟ ପୂରଣ କରନ୍ତୁ। ଏଥିସହିତ ଫଟୋ ପରିଚୟ ପତ୍ର ଦିଅନ୍ତୁ। ଯଦି ଆପଣ ଅନ୍ୟ କୌଣସି ରୋଗରେ ଆକ୍ରାନ୍ତ ଅଛନ୍ତି, ସେ ସମ୍ପର୍କରେ ମଧ୍ୟ ତଥ୍ୟ ପ୍ରଦାନ କରନ୍ତୁ। ଏହାପରେ ତଳେ ଡାହାଣ ପଟେ ଥିବା REGISTER ବିକଳ୍ପରେ କ୍ଲିକ୍ କରନ୍ତୁ। ଏହି ଭଳି ଭାବେ ଆପଣ ପଞ୍ଜିକୃତ କରିସାରିବା ପରେ ଟିକା ନେବା ପାଇଁ ଇଚ୍ଛା ଅନୁସାରେ ତାରିଖ ଓ ସ୍ଥାନ ବାଛନ୍ତୁ। ଯଦି ଆପଣ ପରିବାର ଅନ୍ୟ ସଦସ୍ୟଙ୍କ ନାମ ପଞ୍ଜୀକରଣ କରିବାକୁ ଚାହୁଁଛନ୍ତି ତେବେ ADD MORE ବଟନରେ କ୍ଲିକ୍ କରନ୍ତୁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.