କେନ୍ଦୁଘାଟିରେ ଅଟୋ ଦୁର୍ଘଟଣାଗ୍ରସ୍ତ: ଜଣେ ମୃତ, ଜଣେ ଗୁରୁତର

କଳାହାଣ୍ଡି, (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ.ରାମପୁରଥାନା ଅନ୍ତର୍ଗତ କେନ୍ଦୁଘାଟିଠାରେ ଗତ ରାତି ପ୍ରାୟ ଏଗାରଟା ବେଳେ ଏକ ଅଟୋ ଦୁର୍ଘଟଣାଗ୍ରସ୍ତ ହେଇଥିଲା। ଏଥିରେ ଜଣେ ଯୁବକଙ୍କ ମୃତ୍ୟୁ ହେଇଥିବାବେଳେ ଅନ୍ୟଜଣେ ଗୁରୁତର ହେଇଥିବା ଜଣାପଡ଼ିଛି। ସୂତନା ମୁତାବକ ମ.ରାମପୁର ଜୟନ୍ତୀନଗରପଡ଼ାର ବିକାଶ ସେନାପତି(ବାପି) ଏବଂ ପ୍ରତାପ ଚନ୍ଦ୍ର ନାଏକ(ମଣ୍ଟୁ) କୌଣସି ଏକ କାମରେ ଉର୍ଲାଦାନୀ ଯାଇଥିଲେ। ସେଠାରୁ ଫେରିବାବେଳେ ତାଙ୍କ ଗାଡ଼ି ଖରାପ ହେବାରୁ ତୁମୁଡ଼ିବନ୍ଧପଟରୁ ଆସୁଥିବା ଏକ ଅଟୋରେ ମ.ରମପୁରକୁ ଫେରୁଥିବାବେଳେ କେନ୍ଦୁଘାଟି (ତିନ୍ ଧାରିଆ)ନିକଟରେ ଅଟୋଟି ଦୁର୍ଘଟଣାଗ୍ରସ୍ତ ହେଇଥିଲା। ଗୁରୁତରମାନଙ୍କୁ ପ୍ରଥମେ ମ.ରାମପୁର ଡ଼ାକ୍ତରଖାନା ଅଣାଯାଇଥିଲା ଏବଂ ପରେ ଜିଲ୍ଲା ମୁଖ୍ୟ ଡ଼ାକ୍ତରଖାନା ନିଆଯାଇଥିଲା। ସେଠାରେ ବାପିର ମୃତ୍ୟୁ ହେଇଥିବାବେଳେ ଗୁରୁତର ମଣ୍ଟୁର ଚିକିତ୍ସା ଚାଲିଥିବା ଜଣାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.