କଟକ ବୟାଳିଶ ମୋୖଜାରେ ବିଶୋଧନ କାର୍ଯ୍ୟକ୍ରମ

କଟକ: କଟକ ସଦର ବ୍ଲକର ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ”(ଉବିପ) ପକ୍ଷରୁ ବୟାଳିଶମୌଜା ଉପକଣ୍ଠ କୂଳସରିଚୁଆଁ ପଂଚାୟତର ମହାପ୍ରଭୁ ନୀଳକଣ୍ଠନାଥ ମନ୍ଦିର ପରିସର, ଚାନ୍ଦୁଲି, କୋଡ଼ିପାଳ, ଠାକୁରସାହିବରାଳ, ମିର୍ଜାଇପୁର ଆଦି ବହୁ ଗ୍ରାମର ବିଭିନ୍ନ ସ୍ଥାନରେ କରୋନା ଭୁତାଣୁ ସଂକ୍ରମଣର ଦିତୀୟ ଲହରୀ ରୋକିବା ତଥା ସାଧାରଣଜନତାଙ୍କ ସୁରକ୍ଷା ଦୃଷ୍ଟିରୁ ବିଶୋଧନ କାର୍ଯ୍ୟ କରାଯାଇଛି । ଏହି ବିଶୋଧନକାର୍ଯ୍ୟରେ ପରିଷଦ ପକ୍ଷରୁ କାର୍ଯ୍ୟକର୍ତା ରସାନନ୍ଦ ବେହେରା, ଅରୁଣ ମହାରଣା, ଶରତ କୁମାର ରାଉଳ, ଗଜେନ୍ଦ୍ର ବେଉରା, ପ୍ରଫୁଲ୍ଲ କୁମାର ପ୍ରଧାନ, ରମେଶ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ବିଶୋଧନ କାର୍ଯ୍ୟକୁ ସଫଳ କରିଥିଲେ ।

ଏହି ସେବାକାର୍ଯ୍ୟରେ ସର୍ବସାଧାରଣଙ୍କ ଅକୁଣ୍ଠ ସହଯୋଗ, ପରିଷଦର କର୍ମକର୍ତ୍ତା ମାନଙ୍କର ଆଗ୍ରହ,ସାଧୁଉଦ୍ୟମକୁ ପରିଷଦର ସଭାପତି ଯୁବସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ଉଚ୍ଚ ପ୍ରସଂଶା କରିବା ସହ ଆଗାମୀ ଦିନମାନଙ୍କରେ ଏହିପରି ବିଭିନ୍ନ ସେଵାଦିଗରେ ସମସ୍ତେ ସହଯୋଗ କରିବାକୁ ସର୍ବସାଧାରଣରେ ନିବେଦନ କରିବାସହ କରୋନା ମହାମାରୀ ସମୟରେ ପୂର୍ଣ୍ଣସଚେତନତାକୁ ଅଗ୍ରାଧିକାର ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.