ବୁଲା ପଶୁଙ୍କୁ ଆହାର ପ୍ରଦାନ

ଜିଲ୍ଲା ପ୍ରଶାସନ ତଥା ପୌରପାଳିକା ସହଯୋଗରେ ବୁଲା କୁକୁର ଏବଂ ଗାଈମାନଙ୍କୁ ଖାଦ୍ୟ ପ୍ରଦାନ

କୋରାପୁଟ: କରୋନା ସଂକଟ ଯୋଗୁଁ ବର୍ତ୍ତମାନ ଲକଡାଉନ ଓ ସଟଡାଉନ ଲାଗୁ ହୋଇଛି। ଏଥି ଯୋଗୁଁ ସହର ବଜାରରେ ବୁଲୁଥିବା ପଶୁ ମାନଙ୍କର ଖାଦ୍ୟ ଅଭାବ ଦେଖାଦେଇଛି। ଏହାକୁ ନଜରରେ ରଖି ଆଜି କୋରାପୁଟ ଜିଲ୍ଲା ପ୍ରଶାସନ ତଥା ପୌରପାଳିକା ସହଯୋଗରେ ସ୍ଥାନୀୟ ବସଷ୍ଟାଣ୍ଡ ପରିସରରେ ବୁଲୁଥିବା କୁକୁର ଏବଂ ଗାଈମାନଙ୍କୁ ଖାଦ୍ୟ ପ୍ରଦାନ କରାଯାଇଅଛି। ଏହି କାର୍ଯ୍ୟକ୍ରମକୁ ପୌରାଞ୍ଚଳର କର୍ମଚାରୀ ଖାଦ୍ୟ ପରଷୁଥିବା ଲକ୍ଷ୍ୟ କରାଯାଇଅଛି। ଏହି କାର୍ଯ୍ୟକ୍ରମ ସଟଡାଉନ ନହଟିଲା ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ପୌରାଞ୍ଚଳ କର୍ମଚାରୀ କହିଅଛନ୍ତି। ତେବେ ସମ୍ପ୍ରତି କରୋନା ଯୋଗୁଁ ସବୁ ବନ୍ଦ ରହୁଥିବା ଯୋଗୁଁ ଏପରି ବ୍ୟବସ୍ଥା କରାଯାଇଅଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.