ଆଉ ୧୬ଦିନ ବଢିଲା ଲକଡାଉନ ଅବଧି

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ରାଜ୍ୟରେ ପୁଣି ୧୬ ଦିନ ପାଇଁ ଲକଡାଉନ ବଢ଼ାଇଲେ ସରକାର। ଜୁନ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଲକ୍‌ଡାଉନ୍‌ ବେଳେ ପୂର୍ବରୁ ଜାରି ସମସ୍ତ କଟକଣା ବଳବତ୍ତର ରହିବ। ଏଥିସହ ସପ୍ତାହାନ୍ତ ସର୍ଟଡାଉନ କଟକଣା ମଧ୍ୟ ଆଗଭଳି ଜାରି ରହିବ। ତେବେ ସଂକ୍ରମଣ କମୁଥିବା ୩ଟି ଜିଲ୍ଲାରେ ଲକଡାଉନ କଟକଣାକୁ ସାମାନ୍ୟ କୋହଳ କରାଯାଇଛି। କଟକଣା କୋହଳ ହୋଇଥିବା ଜିଲ୍ଲା ଗୁଡ଼ିକ ହେଲା ନୂଆପଡ଼ା, ଗଜପତି ଓ ସୁନ୍ଦରଗଡ଼। ଏହି ୩ଟି ଜିଲ୍ଲାରେ ସକାଳ ୭ଟାରୁ ଦିନ ୧ଟା ଯାଏଁ ଦୋକାନ ଖୋଲା ରହିବ। କିନ୍ତୁ ସେଲୁନ, ସ୍ପା ଓ ମଲ୍‌ ବନ୍ଦ ରହିବ। ତେବେ ଏହି ୩ଟି ଜିଲ୍ଲାରେ ସଂକ୍ରମଣ ବଢ଼ିଲେ ପୁଣି କଟକଣା ଲାଗୁ ହେବ। ବାକି ୨୭ ଜିଲ୍ଲାରେ ସଂକ୍ରମଣ କମିଲେ ପର୍ଯ୍ୟାୟ କ୍ରମେ କଟକଣା କୋହଳ ହେବ। ଏନେଇ ଆଜି (ରବିବାର) ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.