ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ଆଧ୍ୟାତ୍ମିକ ଆଲୋଚନା ଚକ୍ର

ବାଲେଶ୍ୱର: ସାହିତ୍ୟିକ କବି ବନ୍ଧୁ ପରିବାର ପକ୍ଷରୁ ଗୁଗୁଲ୍ ମିଟ୍ ମାଧ୍ୟମରେ ଆଧ୍ୟାତ୍ମିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।ଆଲୋଚନାର ପ୍ରାରମ୍ଭରେ କବି ରୁଦ୍ରରୂପା ବ୍ରହ୍ମା ଏକ ଜଗନ୍ନାଥ ଭଜନ ଗାୟନ କରିଥିବାବେଳେ ସଭାପତି ଦେବେନ୍ଦ୍ର କୁମାର ନାୟକ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଆଲୋଚନା ଚକ୍ରରେ ଆଧ୍ୟାତ୍ମିକ ଚ୍ୟାନେଲ୍ ପ୍ରାର୍ଥନା ଟିଭିର ‘ବାଳକେ ମୋ ବୋଲ କର’ର ପ୍ରବଚକ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ଯୋଗ ଦେଇ ଆଲୋଚ୍ୟ ଶୀର୍ଷକ “ସାମାଜିକ ସୁଧାରରେ ସାହିତ୍ୟର ଆବଶ୍ୟକତା” ଉପରେ ସାରମର୍ମ ରଖିଥିଲେ। ସଞ୍ଚାଳିକା ନିରୁପମା ପତି ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ।ସାହିତ୍ୟିକ କବି ବନ୍ଧୁ ପରିବାରର ସମ୍ପାଦିକା ପ୍ରଣତି ମହାପାତ୍ର ସମ୍ପାଦକୀୟ ବକ୍ତବ୍ୟ ପ୍ରଦାନ ସହ ପଣ୍ଡିତ ଶ୍ରୀଯୁକ୍ତ ପଣ୍ଡାଙ୍କୁ ଆଲୋଚନା କାର୍ଯ୍ୟକ୍ରମକୁ ସ୍ବାଗତ କରିଥିଲେ। ଆଲୋଚନାରେ ଉପସ୍ଥିତ ସ୍ରଷ୍ଟାଙ୍କ ପ୍ରଶ୍ନ ପଠନ ଏବଂ ଶାନ୍ତିପାଠ ଶ୍ରୀଯୁକ୍ତ ବିଶ୍ୱେଶ୍ୱର ମାଝୀଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା। ଆଲୋଚନାରେ ଯୋଗ ଦେଇଥିବା ସମସ୍ତ ବ୍ୟକ୍ତିବିଶେଷ ପ୍ରସଙ୍ଗ ଉପନୀତ ବିଭିନ୍ନ ପ୍ରଶ୍ନର ଉତ୍ତର ପଣ୍ଡିତ ବୀରେନ୍ଦ୍ର ପଣ୍ଡାଙ୍କ ଠାରୁ ପ୍ରାପ୍ତ ହେବା ସହ ତାଙ୍କୁ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ। ଏହାକୁ ଅନୁଷ୍ଠାନର ସଂଯୋଜକ ରଞ୍ଜନ କୁମାର ମହାନ୍ତି ସଂଯୋଜନା କରିଥିଲେ। ଆଲୋଚନା ଚକ୍ରରେ ପ୍ରଫୁଲ୍ଲ କୁମାର ଦାସ, ବାସନ୍ତୀ ଦେଓ, ଅଧ୍ୟାପକ ତଥା କବି ତ୍ରିନାଥ ପଟ୍ଟନାୟକ, ଚିତ୍ରାରାଣୀ ପାତ୍ର, ଜ୍ୟୋତ୍ସା ରାୟ, କୁଞ୍ଜବିହାରୀ ରାଉତ, ନିରଞ୍ଜନ କରଣ, ରତିନାରାୟଣ ରାଉତ, ସମର ବଲ୍ଲଭ ଭୋଇ, ପଣ୍ଡିତ ପର୍ଶୁରାମ ମିଶ୍ର, ମିନତୀ କୁମାରୀ ପାଠୀ, ଦେବେନ୍ଦ୍ର କୁମାର ନାୟକ, ରଶ୍ମିରଂଜନ ତ୍ରିପାଠୀ, ଉମାକାନ୍ତ ଦାସ ପ୍ରମୁଖ ପ୍ରାୟ ୫୦ରୁ ଉର୍ଦ୍ଧ ସାରସ୍ୱତ ସାଧକ ଯୋଗଦାନ କରିଥିଲେ। ଅନୁଷ୍ଠାନର ସଦସ୍ୟ ସୁଶ୍ରୀ ନନ୍ଦିନୀ ରାଉତ ମାଙ୍ଗଳିକ ସଂଗୀତ ଗାନ କରିବାସହ ଆଲୋଚନାରେ ଅଂଶଗ୍ରହଣ କରିଥିବା ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.