ନର୍ଲା ବ୍ଲକର ୨୬ଟି ପଞ୍ଚାୟତ ଘୁରିବ ଶିଶୁ ଶ୍ରମିକ ବିରୁଦ୍ଧରେ ଜନ ସଚେତନତା ରଥ

କଳାହାଣ୍ଡି, (ଲିଙ୍ଗରାଜ ମିଶ୍ର): ଆଜି ଶିଶୁ ଶ୍ରମିକ ସୁରକ୍ଷା ଦିବସ । ଏହି ଅବସରରେ ୱାର୍ଲଡ ଭିଜନ ପକ୍ଷରୁ ଶିଶୁ ଶ୍ରମିକ ବିରୁଦ୍ଧରେ ଜନସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ରଥ ଆଜି ଠାରୁ ନର୍ଲା ବ୍ଲକ ଅଞ୍ଚଳର ୨୬ ଗୋଟି ଗ୍ରାମ ପଞ୍ଚାୟତକୁ ୧୦ ଦିନ ଧରି ପରିଭ୍ରମଣ କରି ଶିଶୁ ସୁରକ୍ଷା ଉପରେ ବାର୍ତ୍ତାଦେଇ ଜନସଚେତନତା ସୃଷ୍ଟି କରିବ ବୋଲି ସୂଚନା ମିଳିଛି ।

ଶିଶୁ ମାନଙ୍କୁ ସାମାଜିକ କ୍ଷେତ୍ରରେ ସୁରକ୍ଷା ଦେବା । ଶିଶୁ ମାନଙ୍କୁ ନିର୍ଯ୍ୟାତନାରୁ ରକ୍ଷା କରିବା । ବାଲ୍ୟ ବିବାହକୁ ରୋକିବା ଭଳି ମହତ କାର୍ଯ୍ୟ ହାତକୁ ନେଇ କଳାହାଣ୍ଡିରେ ଚର୍ଚ୍ଚାର ପରିସରରକୁ ଆସିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାର୍ଲଡ ଭିଜନ । ଆଜି ବିଶ୍ୱ ଶିଶୁ ଶ୍ରମିକ ସୁରକ୍ଷା ଦିବସ ଅବସରରେ ୱାର୍ଲଡଭିଜନ ତରପରୁ ଏକ ସଚେତନତା ବାର୍ତ୍ତାର ପ୍ରଚାର ରଥ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଫିସରୁ ଆଜି ଦିନ ୧୧ ଘଣ୍ଟା ସମୟରେ ଯାତ୍ରା ଶୁଭାରମ୍ଭ କରିଛି । 

ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦ୍ର ମହାପାତ୍ର ଓ ସିଡବ୍ଲୁସି ଅଧ୍ୟକ୍ଷ ରାଜେଶ ନାଏକ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ୱାର୍ଲଡଭିଜନ ତରଫରୁ ଆୟୋଜିତ ଏଭଳି ଏକ ମହତ କାର୍ଯ୍ୟକ୍ରମକୁ ନର୍ଲା ବ୍ଲକ ଅଧିନସ୍ଥ ସମସ୍ତ ଗ୍ରାମ ପଞ୍ଚାୟତ ଗୁଡିକ ତରଫରୁ ମଧ୍ୟ ସ୍ୱାଗତ କରାଯାଇଛି ।

ଶିଶୁ ସୁରକ୍ଷା ସଚେତନତା ରଥ ଯାତ୍ରା ଶୁଭାରମ୍ଭ କରିବା ଆଗରୁ ସକାଳ ୮ ଘଣ୍ଟା ସମୟରେ ଜୁମ ମାଧ୍ୟମରେ ଏକ ଭର୍ଚୁଆଲ ବୈଠକ ଆୟୋଜିତ ହୋଇଥିଲା । ୱାଲର୍ଡଭିଜନ ତରଫରୁ ଆୟୋଜିତ ଉକ୍ତ ଜୁମ୍ ମିଟିରେ ୱାଲର୍ଡଭିଜନ ନର୍ଲା ଏଡିପି ମ୍ୟାନେଜର ପିଭି କ୍ରୀଷ୍ଣା ଅଧ୍ୟକ୍ଷତା କରିଥିଲେ । ଆଜିର ସମାଜରେ ଶିଶୁ ମାନେ ବିଭିନ୍ନ କ୍ଷେତ୍ରରେ କିଭଳି ନିର୍ଯ୍ୟାତିତ ଓ ଅବହେଳିତ ହେଉଛନ୍ତି ଏବଂ ସେହିଭଳି ନିର୍ଯ୍ୟାତନାର ଶିକାର ହେଉଥିବା ଶିଶୁ ମାନଙ୍କୁ କିଭଳି ସୁରକ୍ଷା ପ୍ରଦାନ କରାଯାଇପାରିବ ସେ ବିଷୟରେ ଉକ୍ତ ଭର୍ଚୁଆଲ୍ ମିଟ୍ ରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା ।

ଆଜି ବିଶ୍ୱ ଶିଶୁ ସୁରକ୍ଷା ଦିବସ ଅବସରରେ ଶିଶୁ ନିର୍ଯ୍ୟାତନ ଓ ଅତ୍ୟାଚାର ଏବଂ ବାଲ୍ୟ ବିବାହକୁ ବନ୍ଦ କରିବା ନିମନ୍ତେ ସ୍ୱେଚ୍ଛାସେବୀ ଅନୁଷ୍ଟାନ ୱାଲର୍ଡ ଭିଜନ ତରଫରୁ ସ୍ୱତନ୍ତ୍ର ପ୍ରୟାସ ପାଇଁ ଏହି ବୈଠକରେ ମତ ପ୍ରକାଶ ପାଇଥିଲା । ମହାମାରୀ କୋଭିଡ ଭଳି ସମୟରେ ଶିଶୁମାନେ କିପରି ଭାବରେ ଘରେ ସୁସ୍ଥ ରହିବେ, ସାମାଜିକ ଦୂରତା ବଜାଇ ରଖିବ, ଓ ଶିଶୁଙ୍କୁ କେମିଟି କୋଭିଡ ଟିକାକରଣ କରାଯାଇ ପାରିବ ସେ ବିଷୟରେ ମଧ୍ୟ ଆଲୋଚନା କରଯାଇଥିଲା ।

ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ଶୈଳେନ୍ଦୁ ମହାପାତ୍ର, ଓ୍ବାର୍ଲଡ ଭିଜନର ସାମୁଏଲ ମହାପାତ୍ର, ୟାସିକ କେ ପ୍ରମୁଖ ଅଂଶ ଗ୍ରହଣ କରିଥିବା ବେଳେ ୱାର୍ଲଡ ଭିଜନର ସଂଯୋଜିକା ପ୍ରତିମା ତାଣ୍ଡି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଉକ୍ତ ଭର୍ଚୁଆଲ ମିଟ୍ ରେ ୧୪୦ଜଣ ଭାଗ ନେଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.