ବିଶ୍ୱ ଶିଶୁ ଶ୍ରମିକ ବିରୋଧ ଦିବସ ଉପଲକ୍ଷେ କ୍ଲାପ୍ ଓଡିଶା ପକ୍ଷରୁ ଆଲୋଚନା ଚକ୍ର

କଟକ: ଆଜି ବିଶ୍ୱ ଶ୍ରମିକ ବିରୋଧ ଦିବସ ଉପଲକ୍ଷେ ଗୁଗୁଲ ମିଟ ମାଧ୍ୟମରେ କ୍ଳାପ୍ ଓଡିଶା ତରଫରୁ କଟକ ଠାରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି। ଏହି ଆଲୋଚନା ଚକ୍ରରେ ଭାରତ ସରକାରଙ୍କ ଜଳ ଶକ୍ତି ସମ୍ପଦ ବିଭାଗ ଉପସଚିବ ଶ୍ରୀ ଜି. ଅଶୋକ କୁମାର(ଆଇଏଏସ), ତେଲେଙ୍ଗାନାର ପୂର୍ବତନ ସରକାରୀ ଅଧିକାରୀ ଶ୍ରୀ ପି. ସୁଧାକର ରାଓ, ରାଜସ୍ଥାନର ୟୁନିସେଫର ଶିକ୍ଷା ନିରୀକ୍ଷକ ମିସ୍ ସୁଲଗ୍ନା ରାୟ, ଲକ୍ଷ୍ନୋ ୟୁନିଭେର୍ସିଟି ସମାଜତତ୍ତ୍ୱ ବିଭାଗୀୟ ମୁଖ୍ୟ ପ୍ରଫେସର ବିନୋଦ ଚନ୍ଦ୍ରା, ଭାରତର ଶିଶୁ ଶ୍ରମିକ ବିରୋଧ ଆନ୍ଦୋଳନର ଜନକ ଡ଼. ମହାବୀର ଜୈନ୍ ପ୍ରମୁଖ ଶିଶୁ ଶ୍ରମିକ ବିରୋଧ ଉପରେ ନିଜ ନିଜର ବିବୃତି ରଖିଥିଲେ। ଶିଶୁମାନେ ଏହି ଦେଶର ନାଗରିକ ଏବେ ଗୋଟିଏ ଶିଶୁ ଯଦି ଶିକ୍ଷିତ ହେବ ତେବେ ସମସ୍ତ ଶିଶୁ ଶିକ୍ଷିତ ହେବେ ଏବେ ସର୍ବଶେଷରେ ସମଗ୍ର ଭାରତ ବର୍ଷ ମଧ୍ୟ ଶିକ୍ଷିତ ହେବ ଏହି ନାରାବାଜି ଆଲୋଚନାରେ ଅଂଶଗ୍ରହଣ କରିଥିବା ସମସ୍ତ ଅତିଥିଗଣ ନିଜ ନିଜର ମତପୋଷଣ କରିଥିବା ଦେଖିବାକୁ ମିଳିଥିଲା। ଏହି ଆଲୋଚନାରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଭାରତୀୟ ରେଳର ମିଡ଼ିଆ ପ୍ରଭାରୀ ମହମଦ. ସାମୁଏଲ ବିନ ହୁସେନ, ଭାରତ ସରକାରଙ୍କ ଜାତୀୟ ଯୁବ କେନ୍ଦ୍ରର ପୂର୍ବତନ ନିର୍ଦ୍ଧେଶକ ଜ୍ୟୋତ୍ସ୍ନା ବର୍ମା, ମଧ୍ୟପ୍ରଦେଶର ଆସ୍ଥା ମଙ୍ଗଳ ସମାଜର ରାଜେଶ ଶୁକ୍ଲା ପ୍ରମୁଖ ଉପସ୍ଥିତ ଥିଲେ। 


କ୍ଳାପ୍ ଓଡିଶାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ପୁରୁଷୋତ୍ତମ ସାହୁ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଆଲୋଚନା ଚକ୍ରରେ ଅନ୍ୟ ମାନଙ୍କ ମଧ୍ୟରେ ସର୍ବଜିତା ବାନେର୍ଜି, ଲାଲମୋହନ ରାୟ, ଅନୁରାଧା ପ୍ରଜାପତି, ଅଂଭିତା ବି. ଶ୍ରୀବାସ୍ତବ, ଅଜିତ କୁମାର ବିଶୋଇ, ଅମୁଲ୍ୟ କୁମାର ପଣ୍ଡା, ଜୟନ୍ତୀ ପାଣିଗ୍ରାହୀ, ସାମୁଏଲ ହୁସେନ, ଜୟନ୍ତୀ ପାଣିଗ୍ରାହୀ, ଦିଗଦର୍ଶନ ସଂଗଠନ, ମହିଳା ଏବଂ ଶିଶୁ ମଙ୍ଗଳ ସମାଜର ସାଧାରଣ ସମ୍ପାଦକ ମିନତୀ ବିନ୍ଧାଣି, ସମାଜସେବୀ ଶ୍ରୀ ମାନସ ମାନସିଂହ, ସମାଜସେବୀ ତ୍ରିନାଥ ପଟ୍ଟନାୟକ, ମୋନିକା ଯାଦବ ପ୍ରମୁଖ ଯୋଗଦାନ ସ୍ୱରୂପ ଆଲୋଚନାକୁ ସର୍ଗରମ କରିବା ସହ ସମସ୍ତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.