ନେସନାଲ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ସମାରୋହ 

ନୂଆପଡା,୧୨/୨ : ଛାତ୍ର ଜୀବନରେ ଉତ୍ତମ ଚରିତ୍ର ଗଠନ କରିବା, ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବା, ମା ବାପା ଙ୍କ କଥା ମାନିବ ସହିତ ନିଜର ଶିକ୍ଷକଙ୍କୁ ସମ୍ମାନ ଦେବା ଉଚିତ ନହେଲେ ଉନ୍ନତ ଦେଶ ନିର୍ମାଣ ର ସ୍ବପ୍ନ ଅସଫଳ ହେବ, ତେଣୁ ଅଭିଭାବକ ଓ ବିଦ୍ୟାଳୟର ଶିକ୍ଷକ ବୃନ୍ଦ ଛାତ୍ର ଗଠନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରି ଉନ୍ନତ ଦେଶ ନିର୍ମାଣ କରିବାରେ ସହାୟକ ହୁଅନ୍ତୁ ବୋଲି ଆପଡା ନେସନାଲ ନୋଡାଲ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ଏହି ମତ ରଖିଛନ୍ତି ଅତିଥି ବୃନ୍ଦ । ଗତ କାଲି ସନ୍ଧ୍ୟାର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକରୀ ଲକ୍ଷ୍ମଣ କୁମାର ଭୋଇ ସଭାପତିତ୍ୱ କରିଥିଲା ବେଳେ ଅତିରିକ୍ତ ଜିଲ୍ଲାପାଳ ସୀତାରାମ ପଟେଲ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିଲେ । ଜିଲ୍ଲା କୋଷାଗାର ଅଧିକାରୀ ମୁଖ୍ୟ ବକ୍ତା, ଅବସର ପ୍ରାପ୍ତ ନିର୍ବାହୀ ଯନ୍ତ୍ରୀ ଇଂ ହୋମସିଂ ମାଝୀ, ଡା. ଶିବ ପ୍ରସାଦ ବେହେରା, ବରିଷ୍ଠ ଶିକ୍ଷାବିତ ରାମେଶ୍ୱର ମୁଣ୍ଡ ପ୍ରମୁଖ ସମ୍ମାନିତ ଅତିଥି ଭବେ ଯୋଗ ଦେଇ ଥିଲେ । ବରିଷ୍ଠ ଶିକ୍ଷକ ଶୁକୄ ବାଗ ମଞ୍ଚ ପରିଚଳନା କରି ଥିଲେ ।

କାର୍ଯ୍ୟକ୍ରମ ଆରମ୍ଭ ରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ନାୟକ ବାର୍ଷିକ ବିବରଣୀ ପାଠ କରି ଥିଲେ । ବିଭିନ୍ନ କ୍ଷେତ୍ର ରେ ଉଲ୍ଲେଖନୀୟ କୃତିତ୍ୱ ପାଇଁ ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରା ଯାଇ ଥିଲା । ପରେ ପରେ ବିଦ୍ୟାଳୟ ର ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରା ଯାଇ ଥିଲା । ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ସମସ୍ତ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରି ଥିଲେ । ଶେଷରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର ନାୟକ ଧନ୍ୟବାଦ ଜ୍ଞାପନ କରି କାର୍ଯ୍ୟକ୍ରମକୁ ଶେଷ କରି ଥିଲେ ।

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.