ବିଜେଡି ବିଧାନସଭା ସ୍ତରୀୟ ଆଇଟି ଶାଖାର ତାଲିମ ସେବା ଶିବିର  

ନୂଆପଡା,୧୨/୨: ଆଜି ଖରିଆର ରୋଡ ଗଣପତି ପେଲେସ ହୋଟେଲ ଠାରେ ବିଜୁ ଯୁବ ଜନତା ଦଳ ପକ୍ଷରୁ ବିଧାନସଭା ସ୍ତରୀୟ ଆଇଟି (ଇନଫରମେସନ ଟେକନୋଲଜି) ଶାଖାର ତାଲିମ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ବିଜୁ ଯୁବ ଜନତା ଦଳ ସଭାପତି ରାଜେଶ ନିଗମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଇଟି ଏକ୍ସପର୍ଟ ପ୍ରସନ୍ନଜିତ ପତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲା ବେଳେ ନୂଆପଡା ଜିଲ୍ଲା ବିଜେଡି ଆଇଟି ସଂଯୋଜକ ସେହଵାଜ ହୁସେନ , ଲୋକସଭା ସାଂସଦ ପ୍ରତିନିଧି ନିଶାନ୍ତ ଡାଗା, ଏମ. ଡି ମୋଇନ ଓ ମୁରଲୀ ଭୋଇ ଯଥାକ୍ରମେ ନୂଆପଡା ଓ କୋମନା ବ୍ଲକ ସଭାପତି ବିଜୁ ଯୁବ ଜନତା ଦଳ, ଏମ.ଡି ସର୍ଫରାଜ, ଜ୍ଞାନ ସିଂ, ଗଙ୍ଗା ସାହୁ, ରାମ ସୋନି, ପୁରନ୍ଦର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ବିଜୁ ଯୁବ ଜନତା ଦଳ ଓ ବିଜୁ ଯୁବ ବାହିନୀର ନୂଆପଡା ଓ କୋମନା ବ୍ଲକର ଅନେକ କାର୍ଯ୍ୟକର୍ତା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । 

ନୂଆପଡାରୁ ମହେନ୍ଦ୍ର କୁମାର ବାଗ(ରାହୁଲ)ଙ୍କ ରିପୋର୍ଟ odiabarta.in

For latest news & updates, click on bell button and subscribe to notifications.

Like us on Facebook👇

http://facebook.com/odiabarta

Subscribe us on Youtube👇

http://tiny.cc/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.