ବିରଳ ରକ୍ତ ଯୋଗାଡ କରି ପ୍ରଶଂସାରେ ସୋସିଆଲ୍ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି

କଳାହାଣ୍ଡି, (ନିରଞ୍ଜନ ଗଉଡ): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନିପାଟଣାରେ ବୁଧବାର ଦିନ ଗୋଲାମୁଣ୍ଡା ବ୍ଲକ କେଗାଁ ପଞ୍ଚାୟତ ମକଲା ଗାଁର ରାଧିକା ଜୁଏଡ ନାମକ ଜଣେ ଗର୍ଭବତୀ ମହିଳା ଭର୍ତ୍ତି ହୋଇଥିଲେ। ତାଙ୍କୁ ବିରଲ ରକ୍ତ ଗ୍ରୁପ୍ “ଓ ପଜିଟିଭ୍ ବମ୍ବେ ଫେନୋଟାଇପ୍” ଜରୁରୀ ଥିଲା। ସୂଚନା ମୁତାବକ ୨ ଦିନ ତଳେ ଉକ୍ତ ପ୍ରସୂତିଙ୍କ ଗୋଟିଏ ଛୁଆ ଜନ୍ମ ହୋଇ ମୃତ୍ୟୁ ବରଣ କରିଥିଲା। ପରେ ତାଙ୍କ ରକ୍ତ କମିଯିବାରୁ ସେ ଗୁରୁତର ହେବାକୁ ଲାଗିଲେ।


ଏହା ସୋସିଆଲ୍ ଆକ୍ଟିଭିଷ୍ଟ ଅଫ୍ କଳାହାଣ୍ଡି ସଂଗଠନର ନଜରକୁ ଆସିବା ପରେ। ସେମାନେ କଳିଙ୍ଗ ରକ୍ଷକ ସଂଗଠନର ପ୍ରତିଷ୍ଠାତା ରାକେଶ କୁମାର ସେଠୀଙ୍କୁ ଯୋଗାଯୋଗ କରିଥଲେ। କଳିଙ୍ଗ ରକ୍ଷକ ସଂଗଠନର ବିଶ୍ୱ ରଞ୍ଜନ ସାହୁଙ୍କ ମାଧ୍ଯମ ଓ ବଲାଙ୍ଗୀରର ଯୁବ ସମାଜସେବୀ ଜୟଦେବ ଜାଲ ଯାଦବଙ୍କ ସାହାର୍ଯ୍ୟରେ ଦୁଇ ଜଣ ରକ୍ତ ଦାତା ଦୁର୍ଲଭ ସାହୁ ଏବଂ ମାନସ ରଞ୍ଜନ ପ୍ରଧାନ କଳାହାଣ୍ଡି ଆସିବା ପାଇଁ ରାଜି ହୋଇଥିଲେ।


ଆଜି ସେମାନେ ଉକ୍ତ ପ୍ରସୂତି ମହିଳାଙ୍କ ପାଇଁ ରକ୍ତଦାନ କରିଛନ୍ତି। ରକ୍ତଦାତା ଓ ସାହାଯ୍ୟକାରୀମାନଙ୍କୁ ରାଧିକା ଜୁଏଡଙ୍କ ପରିବାର ପକ୍ଷରୁ କୃତଜ୍ଞତା ଜ୍ଞାପନ କରାଯାଇଛି। ଅନ୍ୟପକ୍ଷରେ ଆବଶ୍ୟକତା ଅନୁଭବ କରୁଥିବା ଲୋକଙ୍କୁ ଲଗାତାର ରକ୍ତଯୋଗାଇ ଆସୁଥିବା ସୋସିଆଲ୍ ଆକ୍ଟିଭିଷ୍ଟି ଅଫ୍ କଳାହାଣ୍ଡି ସଂଗଠନର ଏପରି ମହତ କାର୍ଯ୍ୟକୁ ଜିଲ୍ଲାର ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.