ଜୁନାଗଡ଼ ହେବ ସବୁଜ ସହର

● ଏନ୍ଏସି କାର୍ଯ୍ୟଳୟ ଠାରେ ଗୃହ ମନ୍ତ୍ରୀଙ୍କ ଅଧକ୍ଷତାରେ ବୈଠକ ଅନୁଷ୍ଠିତ

ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହରକୁ ସବୁଜ ସହର କରାଯିବ। ସହରାଞ୍ଚଳ ବନିକରଣ ଯୋଜନାରେ ସହର ତଥା ପାର୍ଶ୍ୱ ବର୍ତ୍ତୀ ଅଞ୍ଚଳରେ ପାଞ୍ଚ ହଜାର ବୃକ୍ଷ ରୋପଣ କରାଯିବ। ଏହି କ୍ରମରେ ଆଜି ସ୍ଥାନୀୟ ଏନଏସି ଠାରେ ରାଜ୍ୟ ସରକାରଙ୍କ ଶିଳ୍ପ,ଶକ୍ତି, ଏମ୍ଏସ୍ଏମ୍ଇ ଓ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମନ୍ତ୍ରିଙ୍କ ସମେତ ଜୁନାଗଡ଼ ବିଡ଼ିଓ ତୁଳାରାମ ମାରାଣ୍ଡି, ତହସିଲଦାର ବେଦବ୍ୟାସ ଭୋଇ, ଏନ୍ଏସି ଇଓ ବିଶ୍ୱମ୍ବର ମିଶ୍ର, ଜଙ୍ଗଲ ବିଭାଗ ରେଞ୍ଜର ମୁରାରୀ ପଣ୍ଡା, ପୂର୍ବତନ ନଗରପାଳ ମହେଶ ସାହୁ, ଦୀନେଶ ବଗର୍ତି, ବ୍ଲକ ଜେଇ ସଞ୍ଜୟ ମଲ୍ଲିକ, ଏନ୍ଏସି ଜେଇ ଅରୁଣ ବେହେରା
ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ସହର ତଳି ଅଞ୍ଚଳରେ ବହୁତ ପରିମାଣରେ ବୃକ୍ଷ ରୋପଣ କରାଯାଇ ସହରକୁ ସବୁଜ ସୁନ୍ଦର ସହର କରାଯିବା ବୋଲି ବୈଠକରେ ଆଲୋଚନା କରାଯାଇଥିଲା।

ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.