ଦାଦନ ଶ୍ରମିକଙ୍କ ମୃତ ଦେହ ଫେରାଇ ଆଣିବା ପାଇଁ ତାମିଲନାଡୁ ପହଞ୍ଚିଲେ ପରିବାରବର୍ଗ

ଥୁଆମୂଳ ରାମପୁର, (ଦୁର୍ଗା କିର୍ତ୍ତି) : ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଥୁଆମୂଳ ରାମପୁର ବ୍ଲକ ସିନ୍ଧି ପଦର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମାପଳା ଗାଁର ଡୁମେନ ମାଝୀ ଙ୍କ ସାନପୁଅ ବିନାରସିଂ ମାଝୀ (୩୧) ନାମକ ଜଣେ ଦାଦନ ଶ୍ରମିକ ଗତ ୧୮ ତାରିଖ ଦିନ ତାମିଲନାଡୁ ରେ ମୃତ୍ୟୁ ବରଣ କରିଥିବା ତାଙ୍କ ସାଙ୍ଗରେ ଥିବା ସାଥୀ ମାନେ ପରିବାର ଲୋକଙ୍କୁ ସୂଚନା ଦେଇଥିଲେ। କିନ୍ତୁ ଆଜିକୁ ପ୍ରାୟ ୪ ଦିନ ବିତିଗଲାଣି ସୁଦ୍ଧା ଦାଦନ ଶ୍ରମିକଙ୍କ ମୃତ୍ୟୁ ଦେହ ନିଜ ଗାଁ କୁ ପହଞ୍ଚି ପାରିନାହିଁ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଆଜି ସକାଳୁ ସକାଳୁ ପ୍ରାୟ ୧୫୯୦ କିଲୋମିଟର ଟ୍ରେନ୍ ଯୋଗେ ପରିବାର ଲୋକେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଦେହକୁ ଫେରେଇ ଆଣିବା ପାଇଁ ତାମିଲନାଡୁର କୋଏମ୍ବାଟୁର୍ ସରକାରୀ ମେଡିକାଲ କଲେଜରେ ପହଞ୍ଚିଥିବା ସୂଚନା ମିଳିଛି। ଏପଟେ ପରିବାର ଲୋକେ ଦାଦନ ଶ୍ରମିକଙ୍କ ଶବକୁ ଚାହଁ ରହିଛନ୍ତି ତେବେ ଦେଖିବାକୁ ବାକି ରହିଲା ଏଥିପ୍ରତି ପ୍ରଶାସନ ଓ ଜନପ୍ରତିନିଧି କି ପଦକ୍ଷେପ ନେଉଛନ୍ତି।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.